୪୬୦ କୁଇଣ୍ଟାଲ ଧାନ ଜବତ
କଳାହାଣ୍ଡି ,(ଯୁଗାବ୍ଦ ନ୍ୟୁଜ): ଧର୍ମଗଡ ଉପଜିଲ୍ଲାପାଳ ପଦ୍ମନାଭ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉପଖଣ୍ଡ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରି ୪୬୦ କୁଇଣ୍ଟାଲ ଧାନ ଜବତ କରାଯାଇଛି । ଚାଷୀ ମାନେ ନିଜର ବିଲରେ ବଷଁ ସାରା କଷ୍ଟ ଉତ୍ପାର୍ଜିତ କରି ଯାହା ଧାନ ଅମଳ କରିଥିଲେ ତାହା ଦଲାଲ ମାନେ ଚାଷୀ ଠାରୁ କମ ମୁଲ୍ୟରେ କ୍ରୟ କରି ଦଲାଲ ମାନେ ନିଜର ଘର ଓ ଗୋଦାମ ଗୃହରେ ଗଚ୍ଛିତ ରଖିଥିଲେ । ଏ ନେଇ କୈାଣସି ସୂତ୍ରରୁ ଏଭଳି ବେଆଇନ କାର୍ୟ୍ୟ ହେଉଥିବା ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଲମପୁର ବିଡ଼ିଓ, କଲମପୁର ତହସିଲଦାର, ଗୋଲାମୁଣ୍ଡା ଅତିରିକ୍ତ ତହସିଲଦାର, ଜୁନାଗଡ଼ ଆରଏମସି ସେକ୍ରେଟାରୀ, ଜୟପାଟଣା ତହସିଲଦାର,ଏସିଏସଓ ଧର୍ମଗଡ଼ ପ୍ରମୁଖ ଏହି ଚଢାଉରେ ସାମିଲ ହୋଇଥିଲେ ।ଏହି ଟିମ୍ କଲମପୁରର ଦେବୁ ଜୈନ ଘର ସାମନା ଏକ ଗାଡିରୁ ୭୬ କୁଇଣ୍ଟାଲ, ଜୟପାଟଣା ଅମିତ ଅଗ୍ରୱାଲ ଘରୁ ୯୬କ୍ଵି କୁଇଣ୍ଟାଲ,ଲଡୁଗାଁ ଅନିଲ ଅଗ୍ରୱାଲ ଘରୁ ୨୦୦ କୁଇଣ୍ଟାଲ ବେହେରା ଯାଉଥିବା ଏକ ଗାଡିରୁ ୨୮କୁଇଣ୍ଟାଲ ଜବତ କରି ପ୍ରଶାସନ ତଦନ୍ତ ଆରମ୍ଭ କରିଛି ।