୪୬ କେଜି ଗଞ୍ଜେଇ ଜବତ

ବାଲେଶ୍ୱର, (ସରୋଜ ପଣ୍ଡା):ଭୁବନେଶ୍ୱରରୁ ଗଞ୍ଜେଇ ନେଇ ଚନ୍ଦନେଶ୍ୱର ଯାଉଥିବା ଜଳେଶ୍ୱର ଅଞ୍ଚଳର ଯୁବକଙ୍କୁ ଅବକାରୀ ବିଭାଗ ଟିମ ମଙ୍ଗଳବାର ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ଜଳେଶ୍ୱର ସୁଗ ଅଞ୍ଚଳର ମୁରଲି ସାମଲଙ୍କ ପୁଅ ହରେକୃଷ୍ଣ ସାମଲ ଓରଫ ବାପି (୪୩) । ତାଙ୍କଠାରୁ ଓଡି-୦୧ଏଚ/୨୨୦୧ ନଂ ଏକ ହୋଣ୍ଡା ୟୁନିକର୍ଣ୍ଣ ମୋଟର ସାଇକଲ ଓ ୪୬ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଭୁବନେଶ୍ୱରରୁ ଜଳେଶ୍ୱରକୁ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସଦର ଓ ଜଳେଶ୍ୱର ଅବକାରୀ ବିଭାଗ ଟିମ ପୂର୍ବରୁ ପ୍ରସ୍ତୁତ ଥିଲା । ହରେକୃଷ୍ଣ ହୋଣ୍ଡା ୟୁନିକର୍ଣ୍ଣ ବାଇକରେ ଗଞ୍ଜେଇ ସହ ସୁଗ ଛକରେ ଛିଡ଼ା ହୋଇଥିବା ବେଳେ ଅବକାରୀ ଟିମ ତାଙ୍କୁ ଗିରଫ କରିଥିଲା । ଏହି ଗଞ୍ଜେଇ ଚନ୍ଦନେଶ୍ୱର ଯିବା ପରେ ସେଠାରୁ ପଶ୍ଚିମବଙ୍ଗକୁ ଚାଲାଣ କରାଯାଇଥା’ନ୍ତା ବୋଲି ପଚରାଉଚୁରା ବେଳେ ହରେକୃଷ୍ଣ ଅବକାରୀ ଅଧିକାରୀଙ୍କୁ ସୂଚନା ଦେଇଛି । ଏନେଇ ଏକ ମାମଲା ରୁଜୁ ସହ ଗିରଫ ଅଭିଯୁକ୍ତକୁ ଅବକାରୀ ବିଭାଗ କୋର୍ଟ ଚାଲାଣ କରିଛନ୍ତି । ଚଢ଼ଉରେ ଦୁଇ ଅବକାରୀ ଥାନାର ବହୁ କର୍ମଚାରୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ