୪୬ ପ୍ରାର୍ଥୀଙ୍କ ମଧ୍ୟରୁ ୨୯ ଅମାନତ ହରାଇଛନ୍ତି

ତିହିଡି(ଜୁଗାବ୍ଦ ନ୍ୟୁଜ୍‍): ଭୋଟଗଣତି ପରେ ଏବେ ଫଳ ପ୍ରକାଶ ପାଇଛି । ଭଦ୍ରକ ଜିଲ୍ଲାରେ ୫ଟି ବିଧାନସଭା ଓ ଲୋକସଭା ଆସନର ଏହି ଫଳରୁ ଜଣାପଡିଛି ନିର୍ବାଚନୀ ମଇଦାନରେ ଛିଡାହୋଇଥିବା ୪୬ ପ୍ରାର୍ଥୀଙ୍କ ମଧ୍ୟରୁ ୨୯ ପ୍ରାର୍ଥୀ ଅମାନତ ହରାଇଛନ୍ତି । ଲୋକସଭା ସିଟ୍ରେ ଛିଡା ହୋଇଥିବା ୮ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ ଅମାନତ ହରାଇଥିବା ବେଳେ ବିଧାନସଭାର ଲଢିଥିବା ୩୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୪ ଜଣ ପ୍ରାର୍ଥୀ ଅମାନତ ହରାଇଛନ୍ତି । ସେମାନେ ହେଲେ ପ୍ରାକ୍ତନ ସାଂସଦ ଓ ଏବେକାର ପ୍ରାର୍ଥୀ ମୁରଲୀଧର ଜେନା – ୪୭୦୮, ତୃଣମୂଳ ପ୍ରାର୍ଥୀ ତିଳୋତ୍ତମା ଜେନା – ୩୩୨୭, କମ୍ୟୁନିଷ୍ଟ ପ୍ରାର୍ଥୀ କୀର୍ତ୍ତନ ମଲ୍ଲିକ – ୧୪୩୦, କଳିଙ୍ଗସେନାର ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ଜେନା – ୧୫୫୬, ସ୍ୱାଧୀନ ପ୍ରାର୍ଥୀ ପିତାମ୍ବର ସେଠୀ – ୨୫୭୯ ଭୋଟ୍ ପାଇ ନିଜର ଅମାନତ ହରାଇଛନ୍ତି । ସେହିପରି ଚାନ୍ଦବାଲି ଆସନରେ ମୋଟ ୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ ଅମାନତ ହରାଇଛନ୍ତି । ସେମାନେ ହେଲେ ବିଏସପି ର ଅଜୟ ମହାଳିକ -୧୦୮୩, କମ୍ୟୁନିଷ୍ଟ ପାର୍ଟିର ଜୟନ୍ତି ବିଶ୍ୱାଳ – ୫୧୫, କଳିଙ୍ଗ ସେନାର ସ୍ୱାତିଶ ରଂଜନ ସାହୁ- ୨୨୫, ସ୍ୱାଧୀନ ପ୍ରାର୍ଥୀ ସତ୍ୟବ୍ରତ ସାହୁ ୩୦୧ ଖଣ୍ଡ ଭୋଟ ପାଇ ନିଜର ଅମାନତ ହରାଇଛନ୍ତି । ସେହିପରି ବାସୁଦେବପୁର ଆସନରେ ମୋଟ ୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ । ଏମାନଙ୍କ ମଧ୍ୟରୁ ୩ ଜଣ ପ୍ରାର୍ଥୀ ଅମାନତ ହରାଇଛନ୍ତି । ସେମାନେ ହେଲେ ତୃଣମୂଳ ପ୍ରାର୍ଥୀ ନାଥବୈରାଗୀ – ୫୨୯ ଖଣ୍ଡ ଭୋଟ୍, ବିଏସପିର ନିର୍ମଳ ମଲ୍ଲିକ – ୫୭୪ ଖଣ୍ଡ ଭୋଟ୍, ସ୍ୱାଧୀନ ପ୍ରାର୍ଥୀ ସବିତାରାଣୀ ପାକଳ – ୩୮୧ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିପରି ଧାମନଗର ଆସନରେ ମୋଟ ୮ ଜଣ ପ୍ରାର୍ଥୀ ଲଢୁଥିଲେ ଏମାନଙ୍କ ମଧ୍ୟରୁ ୫ ଜଣ ପ୍ରାର୍ଥୀ ନିଜର ଅମାନତ ହରାଇଛନ୍ତି । ସେମାନେ ହେଲେ କଂଗ୍ରେସ ପ୍ରାର୍ଥୀ ବିଦ୍ୟାଧର ଜେନା – ୭୩୦୩, ବିଏସପି ପ୍ରାର୍ଥୀ ବୁଦ୍ଧିରାମ ସାମଲ – ୭୭୯, ହିନ୍ଦୁମହାସଭାର ପ୍ରାର୍ଥୀ ପ୍ରସନ୍ନ ଦାସ – ୪୮୫, କଳିଙ୍ଗସେନାର ପ୍ରାର୍ଥୀ ଶେଷଦେବ ମହାଳିକ – ୧୯୧, ସ୍ୱାଧୀନ ପ୍ରାର୍ଥୀ ଗଣେଶ ଦାସ – ୩୧୪ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିପରି ଭଦ୍ରକ ଆସନରେ ମୋଟ ୮ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ ଏମାନଙ୍କ ମଧ୍ୟରୁ ୫ ଜଣ ଅମାନତ ହରାଇଛନ୍ତି । ସେମାନେ ହେଲେ – ବିଏସପିର ସସ୍ମିତା ପାତ୍ର – ୬୦୧, ତୃଣମୂଳର ମହମ୍ମଦ ଅଲ୍ଲିଜିନା – ୫୪୯, ଅମ୍ବେଦକର କଂଗ୍ରେସ ଫାତିମା – ୩୭୪, କଳିଙ୍ଗସେନାର ରଂଜନ ପଣ୍ଡା – ୩୧୮, ସ୍ୱାଧୀନ ପ୍ରାର୍ଥୀ କାହ୍ନୁ ବାରିକ – ୬୩୩ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିପରି ଭଣ୍ଡାରିପୋଖରୀ ଆସନରେ ମୋଟ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ ଏମାନଙ୍କ ମଧ୍ୟରୁ ୭ ଜଣ ଅମାନତ ହରାଇଛନ୍ତି । ସେମାନେ ହେଲେ – ବିଏସପିର ରାଜୀବ ଜେନା – ୬୦୦, ତୃଣମୂଳ କଂଗ୍ରେସର ଶିବ ବିଶ୍ୱାଳ – ୩୨୮, କମ୍ୟୁନିଷ୍ଟ ପାର୍ଟିର ଦିଗମ୍ବର ସ୍ୱାଇଁ – ୨୯୮, କଳିଙ୍ଗ ସେନାର ମନୋଜ ଜେନା – ୧୯୮, ପ୍ରୋଟେଷ୍ଟ ଇଣ୍ଡିଆ ପାର୍ଟିର ସାର୍ଥକ ବିଶ୍ୱାଳ – ୧୯୨, ସ୍ୱାଧୀନ ପ୍ରାର୍ଥୀ ଅଶୋକ ରାଉତ – ୧୭୯ ଓ ସ୍ୱାଧୀନ ପ୍ରାର୍ଥୀ ପତଞ୍ଜଳିକର ଶର୍ମା – ୩୬୭ ଖଣ୍ଡ ଭୋଟ୍ ପାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ