୪୭ବର୍ଷରେ ପଦାର୍ପଣ କଲା ଆଡହୁରିଆ-ଯଶୋବନ୍ତପୁର ଲକ୍ଷ୍ମୀପୂଜା
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ଆଡହୁରିଆ-ଯଶୋବନ୍ତପୁର ଲକ୍ଷ୍ମୀ ପୂଜା ୪୭ବଷରେ ପଦାର୍ପଣ କରିଛି । ଏଥିପାଇଁ ଗାଁରେ ଉତ୍ସବର ମାହଲ ଲାଗି ରହିଛି । ବଡ ଆଡମ୍ବରପୁର୍ଣ୍ଣ ସହକାରେ ଗ୍ରାମବାସୀମାନେ ପୂଜାର ଆୟୋଜନ କରିଛନ୍ତି । ଯାଜପୁରର କିଶନଲାଲ ନାମକ ଜଣେ ମାରୱାଡି ଆଡହୁରିଆରେ ରହି ବ୍ୟବସାୟ କରୁଥିବାବେଳେ ଶ୍ୟାମ ସୁନ୍ଦର ସତପଥିଙ୍କ ସହଯୋଗରେ ୪୭ବର୍ଷ ପୁର୍ବେ ପ୍ରଥମେ ଗଜଲକ୍ଷ୍ମୀ ପୂଜା ଆୟୋଜନ କରିଥିଲେ । ପରେ ସେ ଯାଜପୁର ପଳାଇବାପରେ ଗ୍ରାମବାସୀମାନେ ମିଳିତ ଭାବେ ଏହି ପୂଜାକୁ କରିଆସୁଛନ୍ତି । ପ୍ରକାଶ କୁମାର ସାହୁ, ବସନ୍ତ କୁମାର ସାହୁ, ବଳରାମ ସା, ରମେଶ ସାହୁ ପ୍ରମୁଖ କର୍ତ୍ତାଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିବାବେଳେ ପଣ୍ଡିତ କାହ୍ନୁ ଚରଣ ପଣ୍ଡା, ମାନସ ରଞ୍ଜନ ତିଆଡି ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ଗ୍ରାମର ବୁଦ୍ଧଦେବ ଜେନା, ଅନନ୍ତ ସେଠୀ, ବିଶ୍ୱନାଥ ଦାସ, ରାଜୀବ ଜେନା, ସନ୍ତୋଷ ସେଠୀ, ଦୀପକ ଜେନା, ସୁଶାନ୍ତ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ୫ଦିନ ଧରି ଏହି ପୂଜା ଚାଲିବାକୁ ଥିବାବେଳେ ପ୍ରତିଦିନ ସନ୍ଧ୍ୟାରେ ଭଜନ କିର୍ତ୍ତନ ଚାଲୁରହିଛି ।


