୪୭% ଏଲ.ଇ.ଡି ବଲ୍ବ ଏବଂ ୫୨% ଏଲ.ଇ.ଡି ଡାଉନ ଲାଇଟ୍ ର ଖାଉଟି ଉପଯୋଗୀ ମାନଙ୍କ ସହ ତୁଳନୀୟ ନୁହେଁ : ନିଏଲସନ ଷ୍ଟଡି
(ଯୁଗାଦ୍ଦ ନ୍ୟୁଜ)ଭାରତର ପ୍ରମୁଖ ୮ଟି ସହରକୁ ନେଇ ଯଥା ନୂଆଦିଲ୍ଲୀ, ବମ୍ବେ, କୋଲ୍କତା, ଚେନ୍ନାଇ, ଦୁର୍ଗାପୁର, ବରେଲୀ, ଅହମଦାବାଦ ଏବଂ ହାଇଦ୍ରାବାଦ ରେ ହୋଇଥିବା ୪୦୦ ଟି ବିକ୍ରୟ କେନ୍ଦ୍ର ରେ ଥିବା ଏଲ.ଇ.ଡି ଜିନିଷକୁ ନେଇ ପରିକ୍ଷା କରାଯାଇଥିଲା । ଏଥିରେ ୪୭% ଏଲ.ଇ.ଡି ବଲ୍ବ ଓ ୫୨% ଏଲ.ଇ.ଡି ଡାଉନ ଲାଇଟ୍ ର, ଭାରତୀୟ ବ୍ୟୁରୋ ଷ୍ଟାଣ୍ଡାଡ୍ର ପରୀକ୍ଷଣ ଅନୁଯାୟୀ ନିର୍ମିତ ହୋଇନାହିଁ । ଏହା ଖାଉଟି ମାନଙ୍କ ନିରାପତାକୁ ଆଘାତ ପହଞ୍ଚାଇବାର ସମ୍ଭାବନା ସହିତ ସରକାର ଙ୍କ ରାଜସ୍ୱ ହାନି ହେବାର ଆଶଙ୍କା ରହିଛି । ଏଲକୋମାର ପରମର୍ଶଦାତା ସୁନୀଲ ସିକ୍କା କହିଛନ୍ତି ଯେ ବଜାରରେ ନକଲି ଉତ୍ପାଦର ପ୍ରାର୍ଦୁଭାବ ବୃଦ୍ଧି ପାଇବା ଉଦ୍ୟୋଗ ଜଗତ ପାଇଁ ଚିନ୍ତାଜନକ ବିଷୟ । କାରଣ ଏହା ଉପଭୋକ୍ତାଙ୍କ ସମସ୍ୟା ବୃଦ୍ଧିକରେ ଏବଂ ଟିକସ ପୈଠରେ ମଧ୍ୟ କ୍ଷତି ହୋଇଥାଏ । ଏହାକୁ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରିବା ଉଚିତ୍ ।


