୪୭ ଓ ୪୯ନଂ ପାଣିପଞ୍ଚାୟତର ସଭାପତି ସମ୍ପାଦକ ନିର୍ବାଚନ
ହାଟଡ଼ିହି : ଶାଳଣିଆଁ ଜଳସେଚନ ଉପଖଣ୍ଡର ୪୭ନଂ ଓ ୪୯ନଂ ପାଣିପଞ୍ଚାୟତର ସଭାପତି ଓ ସମ୍ପାଦକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେବଳ ଜଣେ ଲେଖାଏଁ ପ୍ରାର୍ôଥ ନାମାଙ୍କନପତ୍ର ଦାଖଲ କରିବାରୁ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ôଥମାନେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଶାଳଣିଆଁ ମାଇନର କେନାଲର ୪୭ନଂ ପାଣି ପଞ୍ଚାୟତ ସଭାପତି ପଦପାଇଁ କୃପାସିନ୍ଧୁ ବେହେରା, ସମ୍ପାଦକ ପଦପାଇଁ ପ୍ରଦୀପ କୁମାର ସେଠୀ, କୋଷାଧ୍ୟକ୍ଷ ପାଇଁ କୁଞ୍ଜଲତା ବେହେରା ନାମାଙ୍କନପତ୍ର ଦାଖଲ କରିଥିବାବେଳେ ମିଟୁଆଣି ମାଇନର କେନାଲର ୪୯ନଂ ପାଣି ପଞ୍ଚାୟତର ସଭାପତି ପଦପାଇଁ ରବିନ୍ଦ୍ର ଦାସ, ସମ୍ପାଦକ ପଦପାଇଁ ପ୍ରତାପ ଦେଓ, କୋଷାଧ୍ୟକ୍ଷ ପଦପାଇଁ ରଞ୍ଜିତା ପହି ନାମଙ୍କନପତ୍ର ଦାଖଲ କରିଥିଲେ । ଏହିସବୁ ପଦବୀ ପାଇଁ ଅନ୍ୟକେହି ନାମାଙ୍କନପତ୍ର ଦାଖଲ କରିନଥିବାରୁ ଏହିସବୁ ପ୍ରାର୍ôଥମାନେ ବିନା ପ୍ରତିଦ୍ୱନ୍ଦିତା ରେ ନିର୍ବାଚିତ ହୋଇଛନ୍ତି । ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରଣବ କୁମାର ନାୟକ, କନିଷ୍ଠଯନ୍ତ୍ରୀ ଲକ୍ଷ୍ମୀଧର ସିଂ ନିର୍ବାଚନ ପରିଚାଳନା କରିଥିଲେ ।