୪୭ ୟୁନିଟ ରକ୍ତ ସଂଗୃହୀତ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ/ ଶେଷଦେବ ସାହୁ): ଏଚଡ଼ିଏଫସି ବ୍ୟାଙ୍କ ଆସିକା ଶାଖା ଓ ସିକିରି ଗ୍ରାମ୍ୟ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ସ୍ଥାନୀୟ ବ୍ଳକ ସିକିରି ଭାରତ ନିର୍ମାଣ ରାଜୀବ ଗାନ୍ଧି ସେବା କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ସିକିରି ସରପଂଚ ପ୍ରତିମା ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏଚଡ଼ିଏଫସି ବ୍ୟାଙ୍କ ଆସିକା ଶାଖାର ଅପରେସନ ମ୍ୟାନେଜର ଇତିଶ୍ରୀ ଓଝା ଓ ଗ୍ରାହକ ସେବା ଅଧିିକାରୀ ବାଳକୃଷ୍ଣ ସାହୁ, ସେଲ୍ସ ଏକଜିକ୍ୟୁଟିଭ ସୁନିଲ ଦଳାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ୪୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଭଂଜନଗର ରକ୍ତ ଭଣ୍ଡାର ଅଧିକ୍ଷକ ଡ଼ାକ୍ତର ସୁରେନ୍ଦ୍ର ମହାପାତ୍ର, ଡ଼ାକ୍ତର ଚନ୍ଦନ କୁମାର ଓ କର୍ମଚାରୀ ଚିତରଂଜନ ଖଟୁଆ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗୃହୀତ କରିଥିଲେ । ପଂଚାୟତ ନିର୍ବାହୀ ଅଧିକାରୀ ଶିବରାମ ରଣା, ଲଡ଼ୁ କିଶୋର ବେହେରା, ନିଳାଚଂଳ ପାଢି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।