୪୮ କେଜି ଗଞ୍ଜେଇ ଜବତ; ୨ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ଆଦିବାସୀ ଗ୍ରାମାଞ୍ଚଳରୁ ଗଞ୍ଜେଇ ଚୋରାଚାଲାଣ କରିବା ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କ.ନୂଆଗାଁ ଥାନା ଗୁଞ୍ଜିବାଡ଼ିର ମିଥୁନ ଦିଗାଳ ଓ ଜଗତସିଂହପୁର ଜିଲା ଆଳିପିଙ୍ଗଳର ଉଲ୍ଲାସ ଚନ୍ଦ୍ର ମଲ୍ଲିକ। ତାଙ୍କଠାରୁ ୪୮ କେ.ଜି. ୨ ଶହ ଗ୍ରାମ୍‌ ଗଞ୍ଜେଇ ଜବତ ହୋଇଛି। ଏ ନେଇ ନଂ. ୧୨୮/୨୦ରେ ମାମଲା ରୁଜୁ କରାଯାଇଛି। ବାଲିଗୁଡ଼ା ସମେତ କ.ନୂଆଗାଁ ଅଞ୍ଚଳରୁ ଅଭିଯୁକ୍ତମାନେ ଗଞ୍ଜେଇ ସଂଗ୍ରହ କରି ଜିଲା ବାହାରକୁ ନେବାକୁ କୌଣସି ଏକ ଗାଡ଼ିକୁ ଅପେକ୍ଷା କରିଥିଲେ। ଖବର ପାଇ ଦାରିଙ୍ଗବାଡ଼ି ପୋଲିସ ସେଠାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ