୪୯ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପୂର୍ବାହ୍ନରେ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୪୯ତମ ସ୍ବାୟତ ଶାସନ ଦିବସ ସ୍ଥାନୀୟ ଟାଉନ୍ ହଲ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ବ୍ଲକ ଛକ ଠାରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଓ ବସ ଷ୍ଟାଣ୍ଡ ଠାରେ ମାର୍କେଟ କମ୍ପ୍ଲେକ୍ସର ଲୋକାର୍ପଣ ଏବଂ ଗୋଧନ ବାହୁଡା଼ ପଡ଼ିଆର ଉନ୍ନତି କରଣ,ବଡ଼ ବଜାର ଠାରେ ବହୁମୁଖି କମ୍ୟୁନିଟି ହଲ୍,ଓ କଲେଜ ଛକ ଠାରେ ସ୍ନାର୍ଟ ପାର୍କର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପରେ ଆୟୋଜିତ ସଭାରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସସ୍ମିତା ସାହୁ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜଗସିଂହପୁର ସାଂସଦ ଡଃ. ରାଜଶ୍ରୀ ମଲ୍ଲିକ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ । ସ୍ମାର୍ଟ ପାର୍କକୁ ରାସ୍ତା ପାଇଁ ନିଜସ୍ବ ଜମି ପ୍ରଦାନ କରିଥିବାରୁ ଭୁବନପୁର ଗ୍ରାମର ମହେନ୍ଦ୍ରପଳତା,ସମାଜସେବୀ ସୁମନ୍ତ ମହାରଣା, ନିମାପଡ଼ା ଅଞ୍ଚଳ ରେ କଳା,ବାଣିଜ୍ୟ ଓ ବିଜ୍ଞାନରେ ସର୍ବାଧିକ ନମ୍ବର ରଖିଥିବା ପାଞ୍ଚଜଣ ଛାତ୍ରଛାତ୍ରୀ ଓ ମାଟ୍ରିକ ପରୀକ୍ଷା ରେ ଜିଲ୍ଲାରେ ସର୍ବାଧିକ ନମ୍ବର ରଖିଥିବା ପାଟପୁରର ଆୟୁଷ ମିଶ୍ରଙ୍କୁ ଏହି ଅବସର ରେ ସମ୍ବର୍ଦ୍ଧିତ କରାଯାଇ ଥିଲା।