୪ କରୋନା ପଜିଟିଭ ଚିହ୍ନଟ ଭୟଭୀତ ନାଉଗାଁ ଅଞ୍ଚଚଳ ବାସି
ନାଉଗାଁ, (ଓ୍ବାଇଏନ୍ଏସ୍) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ୪ କରୋନା ପଜିଟିଭ୍ ଆଜି ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରେ ଜାମୁଗାଁ ପଂଚାୟତର ୩ ଜଣ ଥିବା ବେଳେ ତିରୁଣା ପଂଚାୟତର ଜଣେ ଥିବା ଜଣାଯାଇଛି । ଏମାନେ ସମସ୍ତେ ସୁରତ୍ରୁ ଫେରି ସିଧା ନାଉଗାଁ ବ୍ଳକର ଜମୁଗାଁ ପଂଚାୟତରେ ଥିବା ସଂଗରୋଧ କେନ୍ଦ୍ରକୁ ନିଆ ଯାଇଥିଲା । ସେମାନଙ୍କର ସ୍ୱାବ ପରୀକ୍ଷା ପରେ ପଜିଟିଭି ଥିବା ଜଣାଯାଇଛି । ସେମାନଙ୍କ ଠାରେ ପଜିଟିଭି ଚିହ୍ନଟ ହେବା ପରେ ନାଉଗାଁ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟପଟରେ ଉକ୍ତ ସଂଗରୋଧ କେନ୍ଦ୍ରରେ ସେମାନେ ରହିଥିବା ବେଳେ ତାଙ୍କ ପରିବାର ଲୋକ ଭେଟିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ଏପରିକି ଉକ୍ତ କେନ୍ଦ୍ରକୁ ଜୈନିକ ଇଲେକ୍ରଟିସିଆନ ପଙ୍ଖା ଲଗାଇବା ପାଇଁ ଉକ୍ତ କେନ୍ଦ୍ର ଭିତରେ ପଶି ଥିବା ମଧ୍ୟ ଆଲୋଚନା ହେଉଛି । ଯାହାକୁ ନେଇ ନାଉଗାଁ ଅଂଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଛି । ଉକ୍ତ ଘଟଣାକୁ ନେଇ ପୋଲିସ ପକ୍ଷରୁ ତନାଘନା ଚାଲିଛି ।