୪ ଜିଲ୍ଲାକୁ ଜୁଲାଇ ୩୧ ଯାଏ ଲକଡାଉନ ଘୋଷଣା
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଶୁକ୍ରବାରଠାରୁ ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଜୁଲାଇ ୩୧ ଯାଏ ଲକ୍ଡାଉନ ଜାରି ହୋଇଛି। ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାରେ ଏହି ଲକଡାଉନ ଘୋଷଣା ହୋଇଛି। ଶୁକ୍ରବାର ରାତି ୯ଟାରୁ ଏହି କଟକଣା ଲାଗୁ ହେବ ବୋଲି ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି ସମୟରେ ଗ୍ରୋସରୀ, ପରିବା, କ୍ଷୀର ଦୋକାନ ସକାଳ ୬ଟା ଠାରୁ ଦିନ ୧ଯାଏ ଖୋଲା ରହିବ। ଔଷଧ ଦୋକାନ ଖୋଲିବା ଉପରେ କଟକଣା ଲାଗୁ ହେବ ନାହିଁ। ନିର୍ଦ୍ଦିଷ୍ଟ ଅଫିସ ଓ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ସେହିପରି ଲକଡାଉନ କଟକଣା ନ ମାନିଲେ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି।ଜରୁରୀ କାଳୀନ ପରିସ୍ଥିତି କୁ ବାଦ ଦେଲେ ଭୁବନେଶ୍ବର କୁ ମଧ୍ୟ ପ୍ରବେଶ ନିଷେଧ । କେନ୍ଦ୍ରୀୟ ଅନୁଷ୍ଠାନ ଓ ଜରୁରୀ କାଳୀନ ସରକାରୀ ସେବା ଅନୁଷ୍ଠାନ ଓ ମେଡିକାଲ ସେବା ଗୁଡିକ ବାଦ ଦେଲେ ଅନ୍ୟ ସମସ୍ତ ବନ୍ଦ ରହିବ।ଗଞ୍ଜାମ, କଟକ, ଯାଜପୁର, ଖୋର୍ଦ୍ଧା ଜିଲ୍ଲା ର ଲୋକେ ବାହାର ଜିଲ୍ଲା କୁ ଯିବା ଲାଗି କଟକଣା । ସଂକ୍ରମଣ କୁ ଚିହ୍ନଟ କରିବା ଲାଗି ଏଭଳି ପୁଣି ଥରେ ନୁଆଁ ନିୟମ ଲାଗୁ କରିଲେ ସରକାର । ଏଭଳି ପରିସ୍ଥିତି ରେ ଜିଲ୍ଲା ପ୍ରଶାସନ ନିୟମ କୁ ଗଞ୍ଜାମ ଜିଲ୍ଲାରେ କାଏମ ରଖିବେ ନା କିଛି ପରିବର୍ତ୍ତନ ଆସୁଛି ତାକୁ ସମସ୍ତ ଙ୍କ ଅପେକ୍ଷା ।