୪ ଜୁଆଡି ଗିରଫ, ୭୦ ହଜାର ୪ଶହ ଟଙ୍କା ଜବତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କୁମାର ପୂର୍ଣ୍ଣିମା ପୂର୍ବରୁ ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଜୁଆ ଖେଳ ସାରା ଜିଲ୍ଲାରେ ବଡ ଧରଣର ଜୁଆ ଖେଳ ଚାଲିଥିବା ଜଣାପଡିଛି। ଗୁରୁବାର ହିଞ୍ଜିଳି ଥାନା ଭାବନ୍ଧ ଗ୍ରାମ ନିକଟସ୍ଥ ଏକ ଚାଷଜମିରେ ଏକ ବଡ ଧରଣର ଜୁଆ ଆସର ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସର ଏକ ଟିମ୍ ଅତର୍କିତ ଚଢ଼ାଉ କରିଥିଲା। ଚଢାଉ ବେଳେ ପୁଲିସ ପଞ୍ଝାରୁ ୧୦ ରୁ ଉର୍ଦ୍ଧ୍ୱ ଜୁଆଡି ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିବା ବେଳେ ମାତ୍ର ୪ ଜଣ ଜୁଆଡିଙ୍କୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଥିଲା । ଗିରଫ ଜୁଆଡିଙ୍କ ଠାରୁ ୭୦ ହଜାର ୪ଶହ ଟଙ୍କା ସମେତ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରିଛି। ଚଢ଼ାଉରେ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି, ଏଏସଆଇ ଅନନ୍ତ ଶବର, ମନୋଜ ସେନାପତି, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ଜିତେନ୍ଦ୍ର ଗୌଡ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।


