୪ ଜୁଆଡ଼ି ଗିରଫ, ୯ ହଜାର ଟଙ୍କା ଜବତ

ହିଞ୍ଜିଳିକାଟୁ, (ୱାଇଏନଏସ):ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିଛି । ଏହାକୁ ରୋକିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରାଯିବା ଘରୁ ବାହାରକୁ ବାହାରିଲେ ସହ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ରକ୍ଷା ସକାଶେ ସରକାର ଓ ପ୍ରଶାସନ ପକ୍ଷରୁ ଜନ ସଚେତନ କରାଯାଉଛି । ମାତ୍ର ଏହାକୁ ଖାତିର ନକରି ରବିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ଦୁର୍ବନ୍ଧ ନୁଆଁସାହି ଏକ ଖଳାରେ ଗ୍ରାମର କିଛି ବ୍ୟକ୍ତି ଜୁଆ ଖେଳରେ ଲିପ୍ତ ରହିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଚଢାଉ କରି ଘଟଣା ସ୍ଥଳରୁ ୪ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୯ହଜାର ୧ଶହ ୧୦ ଟଙ୍କା ଜବତ କରିଥିବା ବେଳେ କିଛି ଜୁଆଡ଼ି ଘଟଣା ସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ଗିରଫ ଜୁଆଡ଼ି ମାନେ ହେଲେ ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମର ସନ୍ତୋଷ ବେହେରା, ସୁଶାନ୍ତ ନାଇକ, ମକରା ଗୌଡ଼ ଓ ବ୍ରହ୍ମପୁର ବଡ଼ବଜାର ଥାନା ହରିଡ଼ାଖଣ୍ଡି ଅଂଚଳର ବସନ୍ତ ସାହୁ । ଏ ନେଇ ହିଞ୍ଜିଳି ଥାନାରେ ନଂ-୧୫୯/୨୦ରେ ଏକ ମାମଲା ରୁଜୁ କରି ପୁଲିସ ସୋମବାର କୋର୍ଟ ଚାଲାଣ କରିଥିବା ଥାନା ସୁତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ