୪ ଟି ଦୋକାନରୁ ୧୪ ଘରୋଇ ସିଲିଣ୍ଡର ଜବତ
ଭଂଜନଗର ,((ସନ୍ତୋଷ କୁମାର ଜେନା): ଭଂଜନଗର ସହରରେ ବିଭିନ୍ନ ବ୍ୟବସାୟରେ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର କରାଯାଉଛି । ପୂର୍ବରୁ ମଧ୍ୟ ବହୁବାର ହୋଟେଲ ମାଲିକ ମାନେ ନିଜର ବ୍ୟବସାୟ ପାଇଁ ଘରୋଇ ସିଲିଣ୍ଡର ବ୍ୟବହାର କରୁଥିବାର ଅଭିଯୋଗ ହୋଇଥିଲା । କିନ୍ତୁ ଅଚାନକ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଘରୋଇ ସିଲିଣ୍ଡର ବ୍ୟବହାର କରୁଥିବା ବ୍ୟବସାୟୀ ମାନଙ୍କ ନିକଟରୁ ଜବତ କରିବାକୁ ଯୋଗାଣ ବିଭାଗକୁ ନିର୍ଦେଶ ଦେଇଥିଲେ । ନିର୍ଦେଶ ପରେ ଯୋଗାଣ ବିଭାଗର ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ଲିଙ୍ଗରାଜ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରିଥିଲେ । ଏହି ଟିମ୍ରେ ଏମ୍.ଆଇ ଭଂଜନଗର ସନ୍ତୋଷ କୁମାର ଦାସ,ଏମ୍.ଆଇ ଆସ୍କା ଜୟରାମ ଲେଙ୍କା,ରସାନନ୍ଦ ସାହୁ,ସୁରେନ୍ଦ୍ର ସେଠୀ ସମେତ ଭଂଜନଗର ପୋଲିସ ତରଫରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଜଣ ବ୍ୟବସାୟୀ ଘରୋଇ ସିଲିଣ୍ଡର ବ୍ୟବହାର କରିଥିବାରୁ ସେମାନଙ୍କ ଠାରୁ ୧୪ ଟି ଗ୍ୟାସ ସିଲିଣ୍ଡର ସେମାନଙ୍କ ଦୋକାନରୁ ଜବତ କରାଯାଇଛି । ଘରୋଇ ଗ୍ୟାସ ହାଣ୍ଡି ଜବତ ହୋଇଥିବା ଚାରୀ ଜଣ ଦୋକାନୀ ମାନେ ହେଲେ ନାହାତୁଠା ସାହିର ମିଷ୍ଟାନ୍ନ ଦୋକାନ କରିଥିବା ସୁନିଲ କୁମାର ପାତ୍ର ଦୋକାନରୁ ୨ ଟି , ବସଷ୍ଟାଣ୍ଡର ମିଷ୍ଟାନ୍ନ ଭଣ୍ଡାର କରିଥିବା ନିଲୁ ବେହେରା ଦୋକାନରୁ ୭ ଟି ,ଅଶୋକ ମହାନ୍ତି ହୋଟେଲରୁ ୩ ଗୋଟି, ଶ୍ରୀକାନ୍ତ ଷ୍ଟଲରୁ ୨ ଗୋଟି ସିଲିଣ୍ଡର ଜବତ କରିଛି ଯୋଗାଣ ବିଭାଗ ।ଆଗାମୀ ଦିନରେ ମଧ୍ୟ ଘରୋଇ ସିଲିଣ୍ଡର ବ୍ୟବହାର କରୁଥିବା ହୋଟେଲ ମାନଙ୍କରେ ଅଚାନକ ଚଢାଉ କରି ଜବତ କରିବା ସହ ମାଲିକ ମାନଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲିଙ୍ଗରାଜ ବେହେରା ସୂଚନା ଦେଇଛନ୍ତି ।


