୪ ଦିନ ବିତିଯାଇଥିଲେ ସୁଦ୍ଧା ମଣ୍ଡିରୁ ଉଠୁନି ଧାନ
ମାଲକାନାଗିରି,(ଡଃ ଶିବ ନାରାୟଣ ପାତ୍ର):ଧାନମଣ୍ଡି ଉଦ୍ଘାଟନ ହୋଇ ୪ ଦିନ ବିତି ଯାଇଥିଲେ ସୁଦ୍ଧା ଆଜି ଯାଏଁ ମଣ୍ଡିରୁ ଉଠୁନି ଧାନ। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜିଲ୍ଲା ସଦର ଠାରୁ ଆରମ୍ଭ କରି ପ୍ରାୟ ବ୍ଲାକ ଗୁଡ଼ିକ ରେ ଗତ ସୋମବାର ଠାରୁ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ସଦର ଠାରେ ପ୍ରତି ସପ୍ତାହର ସୋମବାର ଏବଂ ଶୁକ୍ରବାର ଦିନ ଧାନ କିଣିବାକୁ ଧାର୍ଯ୍ୟ ହୋଇଥିବା ବେଳେ ଜିଲ୍ଲାର ପ୍ରତ୍ୟେକଟି ମଣ୍ଡି ରେ ସେହିଭଳି ଦିନ ଧାର୍ଯ୍ୟ କରା ଯାଇଛି । ପ୍ରତି ମଣ୍ଡିରେ କୋଉଠି ୩୦୦୦ କୁଇଣ୍ଟାଲ ଧାନ ତ ଆଉ କେଉଁଠୀ ୨୫୦୦ ଏବଂ ୨୦୦୦ କ୍ଵିଣ୍ଟାଲ ଧାନ କିଣିବାକୁ ଧାର୍ଯ୍ୟ କରାଯାଇଛି I ଉଦ୍ଘାଟନ ଦିନ ଚାଷୀମାନେ ଧାନ ବିକିବାକୁ ଆଣି ଜିଳ୍ଲାର ପ୍ରତି ମାର୍କେଟ ୟାର୍ଡରେ ଗଦେଇ ରଖିଛନ୍ତି । କିନ୍ତୁ ଆଜିକୁ ପ୍ରାୟ ୪ ଦିନ ହେଲା ମଣ୍ଡିରୁ ଧାନ ଉଠି ପାରୁନାହିଁ ଖୋଲା ଆକାଶ ତଳେ ପଡି ରହିଛି । ଏବେ ଲଘୁଚାପ ଜନିତ ବର୍ଷା ଭୟ ଥିବାରୁ ଚାଷୀ ଚିନ୍ତାରେ ପଡିଛନ୍ତି। ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଳାର ପ୍ରତି ବ୍ଲାକ ର ଅଧକ୍ଷ/ଅଧ୍ୟକ୍ଷା, ସରପଞ୍ଚ, ସେମିତି ସଭ୍ୟ/ସଭ୍ୟା ପ୍ରମୁଖଙ୍କ ସହ ଶତାଧିକ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ନେଇ ମାଲକାନଗିରି କେ ସି ସି ବ୍ୟାଙ୍କ ର ଶାଖା ପରିଚାଳକ ଙ୍କୁ ଯୋଗାଯୋଗ କରିବାରୁ ମିଲଲ ଙ୍କ ଟାଗିଂ ହୋଇ ନଥିବା ଯୋଗୁ ଧାନ ଉଠିପାରୁନାହିଁ ବୋଲି କହିଛନ୍ତି। ଏଇ ଦିନେଦୁଇ ଦିନ ମଧ୍ୟରେ ମିଲର ଙ୍କ ଟ୍ୟଗିଂ କାର୍ଯ୍ୟ ସମ୍ପାଦନ ହୋଇଯିବା ପରେ ଚାଷୀଙ୍କ ଧାନ ଉଠିବା ସ୍ବାଭାବିକ ହେବ ବୋଲି କହିଛନ୍ତି ।