୪ ଲକ୍ଷ ଟଙ୍କା ଜବତ ଡ଼୍ରାଇଭର ଗିରଫ
ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଗାଡ଼ି ମାଲିକ ର ୪ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ଗିରଫ ଡ୍ରାଇଭର କୁ କରିଛି ଚୌଦ୍ଵାର ପୋଲିସ । ଚୌଦ୍ଵାର ଶଙ୍କରପୁର ଅଞ୍ଚଳର ରମେଶ ରାଉତ ଚୌଦ୍ଵାର ଥାନାରେ ଦେଇଥିବା ଲିଖିତ ଏତଲା ଅନୁଯାୟୀ ତାଙ୍କ ର ଟାଟା ଏସି ଗାଡି ଓଡ଼ି ୦୫ ଏ ୟୁ ୨୯୭୫ କୁ ତାଙ୍କ ଡ୍ରାଇଭର ବିନୋଦ ବେହେରା ଜଗତପୁର ରୁ ପେପର୍ କପ୍ ବୋଝେଇ କରି ଦେବଗଡ଼ ଓ କୁଚିଣ୍ଡା ଅଭିମୁଖେ ଯାଇଥିଲା। ଡ୍ରାଇଭର ଜଣଙ୍କ ଉଭୟ ସ୍ଥାନ ରେ ମାଲ୍ ଅନ୍ ଲୋଡ୍ କରି ସେଠାରୁ ୪ ଲକ୍ଷ ନଗଦ ଟଙ୍କା ଆଣିଥିଲା। ଫେରିବା ସମୟରେ ନୂଆ ପାଟଣା ନିକଟରେ ନଦୀ ବନ୍ଧ ତଳକୁ ଡ୍ରାଇଭର ଗାଡ଼ି କୁ ଖସାଇ ଦେଇ ମାଲିକ କୁ କହିଥିଲା ଗାଡି ଦୁର୍ଘଟଣା ଗ୍ରସ୍ଥ ହୋଇଛି ଓ ସେଥିରେ ଥିବା ନଗଦ ୪ ଲକ୍ଷ ଟଙ୍କା ଚୋରି ହୋଇଯାଇଛି। ଏହା ପରେ ଚୌଦ୍ଵାର ପୋଲିସ ତଦନ୍ତ ଚଳାଇ ଡ୍ରାଇଭର ବିନୋଦ କୁ ପଚାର ଉଚାର କରିବା ପରେ ନିଜେ ଟଙ୍କା ରଖିଥିବା ମାନି ଯାଇଥିଲା । ଶେଷ ରେ ବିନୋଦ ଘରୁ ପୋଲିସ ୪ ଲକ୍ଷ ଟଙ୍କା ଜବତ କରିଥିଲା। ଚୌଦ୍ଵାର ପୋଲିସ ବିନୋଦ ବେହେରା ନାମରେ କେସ ନଂ ୬୨୬ ରୁଜୁ କରି କୋର୍ଟ ଚାଲାଣ କରିଛି।