୫ଟି କାର୍ଯ୍ୟ ସମୀକ୍ଷା ପାଇଁ ପ୍ରସ୍ତୁତି ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଆସନ୍ତା ୧୫ତାରିଖ ଦିନ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିଵ ଵିଭିନ୍ନ ଵିଦ୍ୟାଳୟର ରୂପାନ୍ତରିତ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବେ।ଏହି ପରିପ୍ରେକ୍ଷୀରେ ଆଜି ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତୃତୀୟ ପର୍ଯ୍ୟାୟରେ ବ୍ଲକ ଅଧିନ ୧୩ଗୋଟି ଵିଦ୍ୟାଳୟକୁ ୫ଟି ରୂପାନ୍ତରିତ କାର୍ଯ୍ୟ ପାଇଁ ସାମିଲ କରାଯାଇଛି। ଉକ୍ତ ଵିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ, ସ୍ଥାନୀୟ ସରପଂଚ,ପରିଚାଳନା କମିଟି ସଭ୍ୟ ଓ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସମୀକ୍ଷା ହେବ ବୋଲି ସୂଚନା ମିଳିଛି। ତେଣୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଡକାଯାଇ ୧୫ତାରିଖ କାର୍ଯ୍ୟକ୍ରମ ବାବଦରେ ସୂଚନା ଦିଆଯାଇଛି। ଆୟୋଜିତ ବୈଠକରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ଵୋନ୍ଦରଙ୍କ ସମେତ ଵିଡିଓ ଦେବଦତ୍ତ ଦାସ, ଵିଇଓ ଅଧିର କୁମାର ତରାଇ, ସହକାରୀ ଯନ୍ତ୍ରୀ ସିଦ୍ଧାନ୍ତ ଶଙ୍କର ଦାସ, ଜିପିଓ ମୀନକେତନ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାଛଡା ସ୍ଥାନୀୟ ସରପଂଚ, ପ୍ରଧାନଶିକ୍ଷକ ଓ କିଛି ଛାତ୍ର ଛାତ୍ରୀ ମାନେ ପ୍ରସ୍ତୁତି ବୈଠକରେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ