୫ଟି ଡକ୍ୟୁମେଣ୍ଟସନ ହେଲା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ଚିଙ୍ଗିଡିପୁର ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଆଜି ୫ଟି ଡକୁମେଣ୍ଟସନ ରେ ସାମିଲ ହୋଇଛି। ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନା ଅନୁସାରେ ଏଠାରେ ସ୍ମାର୍ଟ କ୍ଲାସ ରୁମ୍, ଅତ୍ୟାଧୁନିକ ବିଜ୍ଞାନାଗାର,ଇ ଲାଇବ୍ରେରୀ, ଖେଳ ପଡିଆ ସହିତ ସ୍ଵଛତା ଭିତ୍ତିକ କାର୍ଯ୍ୟ ଶେଷ ହୋଇଛି। ଏଥିପାଇଁ ପ୍ରାୟ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଥିପାଇଁ ବିଦ୍ୟାଳୟ କୁ ୫ଟି ରେ ସାମିଲ କରାଯାଇଥିବା ବେଳେ ଆଜି ଡକୁମେଣ୍ଟସେନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଵିଡିଓ ଦେବଦତ୍ତ ଦାସ, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରହଲ୍ଲାଦ ରଣା, ସ୍ଥାନୀୟ ସରପଞ୍ଚ ଅମୂଲ୍ୟ ନାୟକ, ସମିତିସଭ୍ୟା ଶୁଭଲକ୍ଷ୍ମୀ ପାଣିଗ୍ରାହୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ତ୍ରିପାଠୀ, କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବାରିକ, ବ୍ଲକ ସହକାରୀ ଶିକ୍ଷାଧିକାରୀ ଉମେଶ ଚନ୍ଦ୍ର ଜେନା, ପ୍ରଧାନ ଶିକ୍ଷକ ସୁବଳ ଚରଣ ପତ୍ରୀ, ପରିଚାଳନା କମିଟି ସଭାପତି ବାସୁଦେବ ଗୋଛାୟତ, ଶିକ୍ଷାବିତ ପ୍ରଭାତ ଖିଲାର, ସୁଶାନ୍ତ କୁମାର ନାୟକ, ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଜଗନ୍ନାଥପ୍ରସାଦ ଉଚ୍ଚ ବିଦ୍ୟାଳୟ ମଧ୍ୟ ୫ଟି ଡକୁମେଣ୍ଟସନରେ ସାମିଲ ହୋଇଛି ।