୫ଟି ବିଦ୍ୟାଳୟ କାମ ସରି ବିତିଲା ୭ମାସ ଟଙ୍କା ନ ମିଳିବାରୁ ଶୌଚାଳୟ ରେ ତାଲା
ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ସରକାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକ ଉର୍ଣ୍ଣତି କରଣ ଓ ଶିକ୍ଷା ର ବିକାଶ ପାଇଁ କୋଟି କୋଟି ଟଙ୍କା ରେ ପ୍ରତେକ ଜିଲ୍ଲା ରେ ସ୍ମାର୍ଟ କ୍ଲାସ ଗୃହ, ବଗିଚା, ଶୌଚାଳୟ, ଖେଳ ପଡ଼ିଆ ପିଇବା ପାଣି ଡିଜିଟାଲ ଶ୍ରେଣୀ ଗୃହ ନିର୍ମାଣ ଓ ମରାମତି କରିଛନ୍ତି I ହେଲେ ଉକ୍ତ ୫ଟି ବିଦ୍ୟାଳୟ ଗୁଡ଼ିକ କିଛି ମାସ ତଳେ ଅନଲାଇନ ଭିଡ଼ିଓ ମାଧ୍ୟମରେ ଉଦଘାଟନ କରିଥିଲେ ରାଜ୍ୟ ସରକାର I ସେଥିରେ ଗଜପତି ଜିଲ୍ଲା ର ଅନେକ ବିଦ୍ୟାଳୟ ରହିଥିବା ବେଳେ ମୋହନା ବ୍ଲକ ର ସୀଙ୍କୁଳିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଉଦଘାଟନ ହୋଇଥିଲା I ସଯଶଯ୍ୟା କରି ଏହି ବିଦ୍ୟାଳୟ କୁ ରୂପାନ୍ତରିତ କରିବି ପାଇଁ ତିନି ମାସ ମଧ୍ୟ ରେ କାମ ସାରିବାକୁ ତାଗିତ କରିଥିଲେ I ପୂର୍ବତନ ଜିଲ୍ଲା ପ୍ରକଳ୍ପ ନିଦ୍ଧେଶ ଅନାମ ଚରଣ ପାତ୍ର ଏପରିକି ପୂର୍ବତନ ଯନ୍ତ୍ରୀ ହରେକୃଷ୍ଣ ସାହୁ ଙ୍କୁ ମଧ୍ୟ କହିଥିଲେ ତୁରନ୍ତ କାମ ନ ସରିଲେ ଚାକିରୀ ରୁ ବାଇସ୍କର କରିଦେବା ପାଇଁ ଯାହା ଦ୍ୱାରା ରାତି ଦିନ ଏକ କରି ପରିବାର କୁ ଭୁଲି ଠିକାଦାର ଙ୍କୁ ନେଇ କାମ କରିଥିଲେ ଯନ୍ତ୍ରୀ I ଶ୍ରେଣୀ ଗୃହ ମରାମତି ସାଇକେଲ ଷ୍ଟାଣ୍ଡ, ଶୌଚାଳୟ, ଖେଳ ପଡ଼ିଆ ହାତ ଧୁଆ ବେସିନୀ, ବଗିଚା ଲାଇବେରୀ ଗୃହ ମୋଟ ଖର୍ଚ୍ଚ ହଇଥିବା ଟଙ୍କା ୭୮ଲକ୍ଷରୁ ମାତ୍ର ପାଉଣା ମିଳିଛି ୪୯ଲକ୍ଷ ବର୍ତ୍ତମାନ ସୁଦ୍ଧା ୭ମାସ ବିତିଗଲାଣି ବାକି ୨୭ଲକ୍ଷ୍ୟ ଟଙ୍କା ମିଳି ପାରିନି ଠିକାଦାର ଙ୍କୁ ଯାହା ଦ୍ୱାରା କୁଲି ମଜୁରିଆ ଙ୍କୁ ଟଙ୍କା ନ ମିଲିଥିବା ରୁ ଠିକାଦାର ଅରୁଣ ଗୌଡ଼, ଶଶାଙ୍କ ପାଣିଗ୍ରାହୀ, ସାନୁ ଦଳାଇ ଙ୍କ ଘର ସମୂଖ ରେ ସିମେଣ୍ଟ ଦୁକାନି, କୁଲି ମଜୁରିଆ ପ୍ରତେକ ଦିନ ଆସି ଗାଳି ଗୁଲଜ କରି ଫେରୁଛନ୍ତି I ଯାହାକୁ ନେଇ ଠିକାଦାର ମାନେ ଶୌଚାଳୟ ଦୁଇଟି ରେ ତାଲା ପକାଇଛନ୍ତି ଏବଂ ଏହା ବକେୟା ଟଙ୍କା ପାଇଁ ବ୍ଲକ ଯାଇ ବିଡ଼ିଓ ଙ୍କୁ ଗୁହାରି ଜଣାଇଲେ ମଧ୍ୟ କୋଣସୀ ଗୁହାରୀ ଶୁଣୁନାହାଁନ୍ତି I ବିଡ଼ିଓ ତପସ୍ପିନି ହଂସଦା ଅନ୍ୟପଟେ ଗୋଟିଏ ସପ୍ତାହ ମଧ୍ୟରେ ଯଦି ଟଙ୍କା ନ ମେଳେ ତେବେ ବିଦ୍ୟାଳୟ ରେ ତାଲା ପକାଇବା ପାଇଁ ଚେତାବନୀ ଦେଇଛନ୍ତି I ଠିକାଦାର ମାନେ ଖାଲି ସେତିକି ନୁହେଁ ଠିକାଦାର ଅରୁଣ କହିଛନ୍ତି ପୂର୍ବତନ ଜିଲ୍ଲା ପ୍ରକଳ୍ପ ନିଦ୍ଧେଶକ ଅନାମ ପାତ୍ର ଙ୍କୁ ବହୁ ବାର ଅଭିଯୋଗ କରିଥିଲେ ମଧ୍ୟ କର୍ଣ୍ଣପାତ ନ କରି ଚାଲି ଯାଇଛନ୍ତି I ସେପଟେ ଶୌଚାଳୟ ରେ ତାଲା ପଡ଼ିଥିବାରୁ ଛାତ୍ର ଛାତ୍ରୀ ମାନେ ଶୌଚ କରିବା ପାଇଁ ବହୁ ସମସ୍ୟା ଭୁଗିବାକୁ ପଡୁଥିବା କହିଛନ୍ତି I ଅବିଭାବକ ତୁରନ୍ତ ଏହାର ସମାଧାନ କରି ଟଙ୍କା ଦେବାକୁ ଅନୁରୋଧ କରିଛନ୍ତି ଅଞ୍ଚଳ ବାସୀ I


