୫ଟି ବିଦ୍ୟାଳୟ କାର୍ଯ୍ୟ ତଦାରଖ କଲେ ଜିଲାପାଳ

ବନ୍ତ, (ଚାନ୍ଦିନୀ ମହାନ୍ତି):ମଙ୍ଗଳବାର ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ବନ୍ତ ବ୍ଲକ ଅଧିନ ଗୋପିନାଥପୁର ଓ ମହାନ୍ତିପଡା ଗ୍ରାମ ପଞ୍ଚାୟତ ପରିଦର୍ଶନରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହିତ ସମୀକ୍ଷା କରିଛନ୍ତି । ଜିଲାପାଳ ଗୋପିନାଥପୁର ପଞ୍ଚାୟତର ୫ଟି କାର୍ଯ୍ୟ ଚାଲୁଥିବା ଗୋପିନାଥଜୀଉ ଉଚ୍ଚ ବିଦ୍ୟାଳୟ, ଅଗଣି ଚରଣ ବିଦ୍ୟାପୀଠ ଏବଂ ମହାନ୍ତିପଡା ପଞ୍ଚାୟତର ଆଶାମଣି ଉଚ୍ଚ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକୁ ତଦାରଖ କରିଥିଲେ । ସମସ୍ତ ନିର୍ମାଣ କାର୍ଯ୍ୟ ଯେପରି ନିର୍ଦ୍ଧାରିତ ସମୟରେ ଓ ଉଚ୍ଚ ମାନର ହେବ ସେଥିପ୍ରତି ଯତ୍ନବାନ ହେବାକୁ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରିଦର୍ଶନ ବେଳେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡେଇ, ବିଡିଓ ପ୍ରଦୀପ କୁମାର ସେଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ, କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବିଶ୍ୱାଳ, ପିଇଓ ସଙ୍ଗୀତାରାଣୀ ପାଣିଗ୍ରାହୀ, ବିକାଶ ରାଉତ, ଗୋପିନାଥପୁର ସରପଞ୍ଚ ସବିତାରାଣୀ ନାୟକ, ମହାନ୍ତିପଡା ସରପଞ୍ଚ ନିହାର ରଂଜନ ପଣ୍ଡା, ସମିତି ସଭ୍ୟ ନିର୍ମଳ ନାୟକ, ଜିଆରଏସ ସୁବୋଧ ରାଉତ, ବରିଷ୍ଠ ନାଗରିକ ନନ୍ଦ କିଶୋର ନାୟକ, ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ଅଧ୍ୟକ୍ଷ ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲାପାଳ ସାମାଜିକ ଓ ଅର୍ଥନୈତିକ ଗଣନା କେନ୍ଦ୍ର ପରିଦର୍ଶନ କରିବା ସହିତ ମହାନ୍ତିପଡା ପଞ୍ଚାୟତ କାର୍ଯ୍ୟାଳୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ରେକର୍ଡ ଯାଞ୍ଚ କରିବା ସହିତ ସମୀକ୍ଷା କରିଥିଲେ । ମହାନ୍ତିପଡା ଜିଲାପରିଷଦ ଅଧ୍ୟକ୍ଷଙ୍କ ନିଜସ୍ୱ ପଞ୍ଚାୟତ ଓ ଗୋପିନାଥପୁର ବ୍ଲକ ଅଧ୍ୟକ୍ଷଙ୍କ ନିଜସ୍ୱ ପଞ୍ଚାୟତ ହୋଇଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ । ପରେ ଜିଲାପାଳ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ବେଳେ ଆର.ଡବ୍ଲ୍ୟୁ.ଏସ୍‌.ଏସ୍ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା, ସୁଧନ୍ୟା ମଲ୍ଲିକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ