୫ଟି ରୂପାନ୍ତିକରଣ ବିଭିନ୍ନ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କାଶୀନଗର ବ୍ଲକର ବିଭିନ୍ନ ୫ଟି ରୂପାନ୍ତିକରଣ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ନିରୀକ୍ଷଣ କରିଥିବାର ଜଣାପଡିଛି । ଜିଲ୍ଲାପାଳ ଶ୍ରୀ ପଣ୍ଡା ରାଣୀପେଣ୍ଠ ଗ୍ରାମ ଠାରେ ଥିବା ହାଇସ୍କୁଲ, ଅଲଡା ଗ୍ରାମ ଠାରେ ଥିବା ବିଜୟାନନ୍ଦ ହାଇସ୍କୁଲ ଆଦିର ପରିଦର୍ଶନ ଓ ନିରୀକ୍ଷଣ କରିଥିଲେ । ବିଦ୍ୟାଳୟ ଗୁଡିକରେ ଚାଲିଥିବା ସ୍ମାର୍ଟ ବୋର୍ଡ, ଇ-ଲାଇବ୍ରେରୀ, ବିଜ୍ଞାନଗାର, କମ୍ପ୍ୟୁଟର ଲ୍ୟାବ, ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ, ଖେଳପଡିଆ, ବଗିଚା ଆଦି ନିର୍ମାଣ ତଥା ଉନ୍ନୟନ କାର୍ଯ୍ୟ ସମ୍ପର୍କେ ପଚାରି ବୁଝିଥିଲେ । ଏହାସହ ଅତି ଶୀଘ୍ର ଏହି କାର୍ଯ୍ୟ ସମାପନ କରିବା ପାଇଁ ପରାମର୍ଶ ଦେଇଥିବାର ଜଣାପଡିଛି । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ସହକାରୀଯନ୍ତ୍ରୀ, ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଉନ୍ନୟନ କାର୍ଯ୍ୟର ବିଭିନ୍ନ ବିବରଣୀ ସମ୍ପର୍କରେ ଆଲୋଚନା କରିଥିଲେ ।


