୫ଟି ଵିଦ୍ୟାଳୟ ସମୀକ୍ଷା ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ଆଜି ୫ଟି ଅନ୍ତର୍ଭୁକ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ହେଉଥିବା ରୂପାନ୍ତରୀକରଣ କାର୍ଯ୍ୟ ବାବଦରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।୫ଟି ସଚିବ ଭିକେ ପାଣ୍ଡିଆନ ଭିସି ଜରିଆରେ ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟ ବାବଦରେ ସମୀକ୍ଷା କରିଥିଲେ। ଏହାଛଡା ଉପସ୍ଥିତ କିଛି ଛାତ୍ରଛାତ୍ରୀ ମାନଙ୍କ ସହିତ ବିଦ୍ୟାଳୟ ଭିତ୍ତିଭୂମି ବିକାଶ ଓ ଶିକ୍ଷାଦାନ ସମ୍ପର୍କରେ ଭାବ ବିନିମୟ କରିଥିଲେ। ଚତୁର୍ଥ ପର୍ଯ୍ୟାୟ ସମୀକ୍ଷା ବୈଠକରେ ବିଡ଼ିଓ ଦେବଦତ୍ତ ଦାଶ, ବିଇଓ ଅଧିର କୁମାର ତରାଇଙ୍କ ସମେତ ପାଞ୍ଚ ଗୋଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଆଲୁମିନିୟମ ବଡିର ସଭାପତି ଉପସ୍ଥିତ ଥିଲେ।


