୫ଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ନିମାପଡ଼ା, (ସନ୍ତୋଷ ଦାଶ):ଜଣେ ଶିକ୍ଷକ ରେ ଚାଲିଛି ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ।ଏପରି ଏକ ଘଟଣା ଦେଖିବାକୁ ମିଳିଛି ଖୋଦ୍ ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ଙ୍କ ନିଜ ନିର୍ବାଚନ ମଣ୍ଡଳୀ ରେ।ପୁରୀ ଜିଲ୍ଲା ନିମାପଡା ବ୍ଲକ ଛଣିଜଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଲୁଙ୍କ ଗ୍ରାମ ର ସରକାରୀ ପ୍ରାଥମିକ ବିଦ୍ୟାଳୟ ଟି ୧୯୬୪ ମସିହାରେ ସ୍ଥାପିତ ହୋଇ ଥିଲା ।ଏହି ସ୍କୁଲ ଉପରେ ତିନୋଟି ଗାଁ ର ପିଲା ପାଠ ପଢିବାକୁ ନିର୍ଭର କରନ୍ତି। ଏହି ସ୍କୁଲ ରେ ଏବେ ରହିଛନ୍ତି ଜଣେ ମାତ୍ର ଶିକ୍ଷକ । ତାଙ୍କୁ ଏକୁଟିଆ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଏବଂ ତା ସହିତ ସରକାର ଙ୍କ ବିଭିନ୍ନ ପ୍ରକାର ଯୋଜନା ର କାର୍ଯ୍ୟ କରିବାକୁ ପଡୁଛି।ବାଲୁଙ୍କ ପ୍ରାଥମିକ ବିଦ୍ୟାଳୟ ରେ ଜଣେ ଶିକ୍ଷକ ଥିବାରୁ ପାଠ ପଢିବା ରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ମାନେ । ଗୋଟେ ଘର ଭିତରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଏକାଠି ବସାଇ ପାଠ ପଢେଇବା କଷ୍ଟସାଧ୍ୟ ହୋଇପଡୁଛି ବୋଲି ସ୍ବୀକାର କରିଛନ୍ତି ଏଠାରେ କାର୍ଯ୍ୟରତ ଶିକ୍ଷକ।ବାଧ୍ୟ ହୋଇ ଅଭିଭାବକ ମାନେ ନିଜ ପିଲା ମାନଙ୍କ ଭବିଷ୍ୟତ ପାଇଁ ଘରୋଇ ସ୍କୁଲ ରେ ପଢେଇବା କୁ ଉଚିତ ମନେ କରୁଛନ୍ତି। ବାଲୁଙ୍କ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ପଦବୀ ପୂରଣ ପାଇଁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ସମିର ରଞ୍ଜନ ଦାଶ ମହୋଦୟ ଙ୍କୁ ବାଲୁଙ୍କ ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ବାରମ୍ବାର ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ଏ ଦିଗରେ ମନ୍ତ୍ରୀ ଦୃଷ୍ଟି ଦେବାକୁ ସେମାନେ ପୁନର୍ବାର କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ