୫ଟି ସଚିବଙ୍କ ଭିସି ଆଲୋଚନା ଦ୍ୱାରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସଦର ମହକୁମା ଗୋଷାଣୀ ପଞ୍ଚାୟତ ସମିତି ସମ୍ମିଳନୀ ଗୃହଠାରେ ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ରୂପାନ୍ତିକରଣ ବିଦ୍ୟାଳୟ ସମ୍ପର୍କରେ ୫ଟି ସଚିବଙ୍କ ଭିସି ଆଲୋଚନାରେ ସ୍ଥିର ହୋଇଛି । ଏହି କାର୍ଯ୍ୟକ୍ରମରେ ୫ଟି ସଚିବ ଭି.କାର୍ତ୍ତିକେୟାନ ପାଣ୍ଡିଆନ ଯୋଗ ଦେଇ ସମୀକ୍ଷା କରିଥିଲେ । ଗଜପତି ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ରୂପାନ୍ତିକରଣ ହେବାକୁ ଥିବା ଉଚ୍ଚ ବିଦ୍ୟାଳୟର ଅଗ୍ରଗତି, ଭିତ୍ତିଭୂମି ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏଥିରେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର, ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ସମେତ ସମସ୍ତ ପ୍ରଧାନଶିକ୍ଷକ ପ୍ରଧାନଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ସଦସ୍ୟା, ସରପଞ୍ଚ, ଛାତ୍ରଛାତ୍ରୀ, ପୁରାତନଛାତ୍ରଛାତ୍ରୀ ଯୋଗଦେଇଥିଲେ । ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ରୂପାନ୍ତିକରଣ ହେବାକୁ ଥିବା ୬୦ଗୋଟି ଉଚ୍ଚବିଦ୍ୟାଳୟ ଚୟନ ହୋଇଥିବାର ଜଣାପଡିଛି । ଜିଲ୍ଲାର ୭ଗୋଟି ବ୍ଲକ, ପୌରାଞ୍ଚଳ ଓ ଏନ୍‌ଏସିର ଯଥା ଗୋଷାଣୀ ବ୍ଲକ ଓ ପାରଳା ପୌରାଞ୍ଚଳର ୧୧ଗୋଟି, ଗୁମ୍ମା ବ୍ଲକରେ ୫ଗୋଟି, କାଶୀନଗର ବ୍ଲକ ଓ ଏନ୍‌ଏସିର ୬ଗୋଟି, ମୋହନା ବ୍ଲକର ୧୭ଗୋଟି, ନୂଆଗଡ ବ୍ଲକର ୭ ଗୋଟି, ଆର୍‌.ଉଦୟଗିରି ବ୍ଲକର ୫ଗୋଟି ଓ ରାୟଗଡ ବ୍ଲକର ୯ଗୋଟି ବିଦ୍ୟାଳୟ ଏପରି ମୋଟ ୬୦ଗୋଟି ବିଦ୍ୟାଳୟ ଦ୍ୱିତୀୟ ପର୍ଯ୍ୟାୟରେ ରୂପାନ୍ତିକରଣ ପାଇଁ ଚୟନ ହୋଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ