୫ଟି ସଚିବଙ୍କ ଯୋଡ଼ା ଗସ୍ତ
ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡ଼ା ସହରକୁ ଶନିବାର ଓଡିଶା ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିୟାନ ଗସ୍ତରେ ଆସିଥିଲେ। ଶନିବାର ଅପରାହ୍ନ ୧୨.୪୫ ମି ସମୟରେ ଧରଣୀଧର ଛକ ନିକଟରେ ପହଞ୍ଚି ନିର୍ମାଣଧୀନ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ର ସମୀକ୍ଷା କରିଥିଲେ। ଫ୍ଲାଏଓଭର ନିର୍ମାଣ କରୁଥିବା ଓବିସିସିର ଭାରପ୍ରାପ୍ତ ଯନ୍ତ୍ରୀ ନରସିଂହ ମହାନ୍ତ,କନିଷ୍ଠ ଯନ୍ତ୍ରୀ ଧନେଶ୍ଵର ମାଝୀ, ଇଂଜିନିୟର ପ୍ରଶାନ୍ତ ମିଶ୍ର, ଏସଡିଓ ଚିନ୍ମୟ ଜେନାଙ୍କ ସମେତ ଠିକାସଂସ୍ଥା ଚେଭରୋକ୍ସ କମ୍ପାନୀର ଭାରପ୍ରାପ୍ତ ପରିଚାଳକ ବିପୁଲ ବର।ଟ ପ୍ରମୁଖଙ୍କ ସହିତ ସଚିବ ପାଣ୍ଡିୟାନ ଆଲୋଚନା କରିବା ସହିତ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିସହିତ ମ୍ୟାପରେ ଫ୍ଲାଏଓଭରର ସ୍ଥିତି ସହିତ ସର୍ଭିସ ରୋଡର କାର୍ଯ୍ୟ ତଦାରଖ କରିଥିଲେ। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣରେ ବିଳମ୍ବ ହେତୁ ଏହାର କାରଣ ସମ୍ପର୍କରେ ସେ ପଚାରି ବୁଝିଥିଲେ। ତେଣେ ଭାରପ୍ରାପ୍ତ ଯନ୍ତ୍ରୀ ନରସିଂହ ମହାନ୍ତ ସୂଚନା ଦେଇ କହିଥିଲେ ଯେ, ଫ୍ଲାଏଓଭରର ନିର୍ମାଣ କାର୍ଯ୍ୟର ଏଗ୍ରିମେଣ୍ଟ ୨୦୨୧ ମାର୍ଚ୍ଚରେ ହୋଇଥିଲେ ହେଁ ବିଳମ୍ବ ହୋଇ ଏହା ଜୁନ ମାସରେ କାର୍ଯ୍ୟକାରୀ ହୋଇଥିଲା। ସେହିପରି ବିଭିନ୍ନ ଘରୋଇ ଖଣିଜ କମ୍ପାନୀର ସ୍ଲୋରୀ ପାଇପ ଲାଇନ ଖୋଳା କାର୍ଯ୍ୟ ଫ୍ଲାଏଓଭର ସମ୍ପୂର୍ଣ୍ଣ କରିବାରେ ପ୍ରତିବନ୍ଧକ ସାଜିଛି। ତେବେ ସଚିବଙ୍କୁ ଓବିସିସି ପକ୍ଷରୁ ଆସନ୍ତା ଜୁଲାଇ ମାସ ସୁଦ୍ଧା ନିର୍ମାଣଧୀନ ଫ୍ଲାଏ ଓଭରର ଗୋଟିଏ ପାର୍ଶ୍ୱରେ ସର୍ଭିସ ରୋଡ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଯନ୍ତ୍ରୀ ମହାନ୍ତ ସୂଚନା ଦେଇ କହିଥିଲେ । ସେଠାରେ ଉପସ୍ଥିତ ଥିବା ବିପୁଳ ଜନସାଧରଣଙ୍କ ନିକଟକୁ ସଚିବ ପାଣ୍ଡିୟାନ ଆସି ବିଭିନ୍ନ ସମସ୍ୟା ଉପରେ ଶୁଣିଥିଲେ ଓ ଲିଖିତ ଅଭିଯୋଗ ଲୋକଙ୍କ ଠାରୁ ଗ୍ରହଣ କରିଥିଲେ। ସେଠାରୁ ବୃଦ୍ଧାଶ୍ରମ ଗସ୍ତରେ ଯାଇ ଆଶ୍ରମର ଅନ୍ତେବାସୀଙ୍କ ସହ ସମସ୍ୟା ସମ୍ବନ୍ଧରେ ଆଲୋଚନା କରି ସୁଖଦୁଃଖ ବୁଝିଥିଲେ ଓ ତାଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ। ତତପଶ୍ଚାତ ଯୋଡ଼ା ବିକାଶ ପରିଷଦର ସଦସ୍ୟ ନିରଞ୍ଜନ ବହିଦାର, ହୃଷୀକେଶ ଜେନା, ମନୀନ୍ଦ୍ର ସୁନ୍ଦର ବାରିକ, ଆଶୁତୋଷ ପ୍ରଧାନଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେ। ପରିଷଦ ପକ୍ଷରୁ ଯୋଡ଼ାରେ ଡିପ୍ଲୋମା ଇଂଜିନିୟରିଂ ସ୍କୁଲ ଏବଂ ଯୋଡା ବ୍ଲକରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ମୁର୍ଗା ମହାଦେବ ମନ୍ଦିର ତଥା ପ୍ରାକୃତିକ ଜଳପ୍ରପାତର ବିକାଶ କରାଯାଇ ପର୍ଯ୍ୟଟନକୁ ତ୍ଵରାନିତ କରିବା ଉପରେ ବହିଦାର ପ୍ରସ୍ତାବ ଦେଇଥିଲେ। ସେହିପରି ଯୋଡ଼ା ଟ୍ରକ ଓନର ଆସୋସିଏସନ୍ ପକ୍ଷରୁ ଟ୍ରକ ମାଲିକ ସୋୟେବ ଖାନ,ଜିତୁ ଜୟସ୍ବାଲ, ରାଜେଶ ରୋସନ, ଅଶୋକ କ।ରୁଆ,ବିଜୁ ଆପଟ ପ୍ରମୁଖ ଏକ ଦାବିପତ୍ର ଦେଇଥିଲେ ଏବଂ କହିଥିଲେ ଯେ, ପାଇପ ଲାଇନ ଓ ରେଳ ମାଧ୍ୟମରେ ଖଣିଜ ପରିବହନର ଅନୁପାତ ବୃଦ୍ଧି ହେତୁ ଟ୍ରକ ମାଲିକ କାର୍ଯ୍ୟହରା ହେଉଛନ୍ତି। ସେହିପରି ଯୋଡାର ଖବରଦାତା ମାନଙ୍କୁ ନେଇ ଗଠିତ ‘ଦି ଫୋର୍ଥ ପିଲର’ ପକ୍ଷରୁ ଯୋଡ଼ାରେ ଏକ କୋ-ଏଜୁକେସନ କଲେଜ ଏବଂ ଏକ ବୈଷୟିକ ତାଲିମ କେନ୍ଦ୍ର ସ୍ଥାପନ ଉପରେ ଏକ ଲିଖିତ ପ୍ରସ୍ତାବ ସଚିବଙ୍କୁ ବେଣୁଧର ବେହେରା, ସମୀର ଦାସ,ପୃଥିବୀରାଜ ପାତ୍ର, ଦୁର୍ଗା ପ୍ରସାଦ ମହାନ୍ତି,ସୁନୀଲ ବ।ସୋତୀଆ, ମନୀନ୍ଦ୍ର ସୁନ୍ଦର ବାରିକ,ରମେଶ ମହାପାତ୍ର,ରତ୍ନାକର ମହାପାତ୍ର,ପବିତ୍ର ଦାସ, ଦିଗାମ୍ବର ବେହେରା, ମହେଶ୍ୱର ସାହୁ, ଭଗବାନ ଗିରି ପ୍ରମୁଖ ଉପସ୍ଥିତ ଥିଲେ। ଫ୍ଲାଏ ଓଭର ସମୀକ୍ଷା କାର୍ଯ୍ୟକ୍ରମର ସଂଯୋଜକ ବାବୁଲାଲ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ,ସଚିବ କାର୍ଯ୍ୟ ଶୀଘ୍ର ପ୍ରକଳ୍ପ ର ସମ୍ପୁର୍ଣ୍ଣ କରିବା ଉପରେ ଗୁରୁତ୍ଵ ଦେଇଥିଲେ ,ହେଲେ ଯୋଡା ସହର ପାଇଁ କୌଣସି ନୂତନ ପ୍ରକଳ୍ପ ର ଘୋଷଣା କରି ନାହାନ୍ତି । ବୃଦ୍ଧ।ଶ୍ରମ୍ ଠାରେ ହୋଇଥିବା ସଚିବଙ୍କ କାର୍ଯ୍ୟକ୍ରମ ର ସଂଯୋଜକ ସୁଶାନ୍ତ ବାରିକ ଓ ଯୋଡା ପୌର ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ କହିଥିଲେ ଯେ,୫ଟି ସଚିବ ଜନସାଧାରଣଙ୍କ ବହୁ ଲିଖିତ ପ୍ରସ୍ତାବ ଓ ଦାବି ପତ୍ର ଗ୍ରହଣ କରିଛନ୍ତି ।ପରେ ୫ଟି ସଚିବ ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ନଦୀ ବନ୍ଧ ଯୋଜନା କାନପୁର ପ୍ରକଳ୍ପ କୁ ପରିଦର୍ଶନ ରେ ଯାଇ ନଦୀ ବନ୍ଧ ,ସ୍ପିଲ୍ ୱେ,କାର୍ଯ୍ୟ ର ସମୀକ୍ଷା କରି ଥିଲେ ।ସଚିବ ଙ୍କ ଗସ୍ତ ସମୟରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ,ଏସପି କୁସଲକର ନୀତିନ ଦ।ଗୁଡୁ,ଚମ୍ପୁଆ ଉପଜିଲ୍ଲାପାଳ ସୁକାନ୍ତ ମାଝୀ,ବଡ଼ବିଲ ତହସିଲ ଦାର ଆଲୋକ ପଟେଲ,ଯୋଡା ପୌର ପ ଳିକ। କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ପ୍ରମୁଖ ଙ୍କ ସମେତ ଜିଲ୍ଲା ର ବହୁ ସରକାରୀ ପଦାଧିକାରୀ ଉପସ୍ଥିତ ଥିଲେ ।