୫ଟି ସଚିବଙ୍କ ହାଟଡିହି ଗ୍ରସ୍ଥ

ହାଟଡିହିି, (ବିକାଶ ବିଶ୍ୱାଳ):୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଦୁଇଦିନିଆ କେନ୍ଦୁଝର ଜିଲ୍ଲା ଗ୍ରସ୍ଥର ଅନ୍ତିମ ପର୍ଯ୍ୟାୟରେ ଆଜି ହାଟଡିହି ବ୍ଲକ ଗ୍ରସ୍ଥ କରିଥିଲେ । ହରିଚନ୍ଦନପୁରରୁ ଆସି ଢ଼େଙ୍କା ପଡିଆରେ ଓହ୍ଲାଇବାପରେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ତାଙ୍କୁ ସ୍ୱାଗତ କରିଥିଲେ । ସଚିବ ଶ୍ରୀଯୁକ୍ତ ପାଣ୍ଡିଆନଙ୍କୁ ଉପସ୍ଥିତ ହଜାର ହଜାର ମହିଳା ଫୁଲ ପକାଇ ସ୍ୱାଗତ କରିଥିଲେ । ସଚିବ ସମସ୍ତ ମହିଳା ମାନଙ୍କ ସହ କରମର୍ଦ୍ଦନ କରୁଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଦଶ ହଜାରରୁ ଉର୍ଦ୍ଧ ଜନ ସମାବେଶରେ ଅନୁଷ୍ଠିତ ଏକ ସଭାରେ ଗତକାଲି ମୁଖ୍ୟମନ୍ତ୍ରୀ ସମସ୍ତ ୁଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକୁ ୫-ଟିରେ ସାମିଲ କରିଥିବାବେଳେ ଉଚ୍ଚ ଶିକ୍ଷାର ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଥିବାରୁ ଛାତ୍ରଛାତ୍ରୀ ମାନେ ଏହାର ସୁଫଳ ପାଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଲୋକମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବା ସହିତ କୃଷି ଭିତ୍ତିକ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ଘୋଷଣା କରିଥିଲେ । ବିୋଷକରି ଏ ଅଞ୍ଚଳରେ ତôବା ମନ୍ଦିର, ମସଜିଦ ଓ ଗୀର୍ଜା ଗୁଡିକର ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ବୋଲି କହିବା ସହ ଆସନ୍ତା ଡିସେମ୍ବର ସୁଧା ସମସ୍ତଙ୍କୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇଦିଆଯିବା ନେଇ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେଉଥିବା ସାମଗ୍ରୀକ ବିକାଶରେ ଆପଣମାନେ ସହଯୋଗ କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ । ପରେ ସଙ୍ଗମଠାରେ ନିର୍ମାଣାଧିନ ମେଗା ୱାଣ ପ୍ରୋଜେକ୍ଟକୁ ବୁଲି ଦେଖିବା ସହିତ କିପରି ଏହା ଅତିଶୀଘ୍ର କାର୍ଯ୍ୟକ୍ଷମ ହେବ ସେନେଇ ବିଭାଗୀୟ କର୍ତ୍ତପକ୍ଷଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସେହିପରି ଆନନ୍ଦପୁର ବିକାଶ ପରିଷଦ, ହାଟଡିହିର ବରିଷ୍ଠ ନାଗରିକ ମଞ୍ଚ ସମେତ ନିର୍ବାଚନ ମଣ୍ଡଳୀର ଅନେକ ସଂଗଠନର କର୍ମକତ୍ତା ମାନେ ସଚିବଙ୍କୁ ଭେଟି ବିଭିନ୍ନ ଦାବିପତ୍ର ପ୍ରଦାନ କରିବା ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ତାଙ୍କ ସହିତ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଏସଡିପିଓ ପ୍ରଶାନ୍ତ ବେହେରା, ବିଡିଓ ବିଚିତ୍ର କୁମାର କର, ତହସିଲଦାର ମିତାଲି ମଧୁଛନ୍ଦା ପାତ୍ର, ଅତିରିକ୍ତ ତହସିଲଦାର ରଶ୍ମୀ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଘସିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର, ପୁର୍ବତନ ବିଧାୟକ ମାୟାଧର ଜେନା, ଯୁବ ବିଜେଡି ସଭାପତି ରାକେଶ ରାମ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇ, ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଦେବପ୍ରୀୟ ପାତ୍ର, ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, ବିଶ୍ୱନାଥ ନାୟକ, ଅଭିମନୁ୍ୟ ସେଠୀ, ଇଂ ରବିନ୍ଦ୍ର କୁମାର ସାହୁ, ରବିନ୍ଦ୍ର କୁମାର ନାୟକ, ଧବଳେଶ୍ୱର ପଟ୍ଟନାୟକ, ସୁଧାକର ଓଝା, ଚିନୁ ନାୟକ, ନିକୁଞ୍ଜ ଓଝା, ଯୁବ ବିଜେଡି ନେତା ଇଂ ବିଶ୍ୱନାଥ ପ୍ରତାପ ଜେନା, ନାରାୟଣ ଜେନା, ବିମଳ କିଶୋର ଜେନା, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଅମରେନ୍ଦ୍ର ଧଳ, ବଞ୍ଚୋ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ମାର୍କଣ୍ଡ ଚରଣ ଓଝା, ବୈଦ୍ୟନାଥ ସାମଲ, ଇଞ୍ଚୋଳ ସରପଞ୍ଚଙ୍କ ପ୍ରତିନିଧି ବିଜୟ ମହାପାତ୍ର, ଅଜୟ ଘଡେଇ, ବାବୁଲି ଲେଙ୍କା, ଅନ୍ତର୍ଯ୍ୟାମୀ ରାଉତ, ପଢ଼ିଆରିପଲ୍ଲୀ ସରପଞ୍ଚ ଅଜିତ ରାଉତଙ୍କ ସମେତ ଅନେକ ନେତୃବୃନ୍ଦ ଉପସ୍ଥିତ ରହି ସଚିବଙ୍କ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ