୫ଟି ସଚିବଙ୍କ ୨ଜଣିଆ ଟିମ୍‌ଙ୍କ ଗଜପତି ଗ୍ରସ୍ତ,ବିଭିନ୍ନ ପଦକ୍ଷେପ ନେଇ ଗଜପତି ପ୍ରଶାସନକୁ ପ୍ରଶଂସା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିଅମ୍ ଠାରେ ଥିବା ହେଲିପେଡ୍‌ରେ ୫ଟିର ସଚିବ କାର୍ତ୍ତୀକେୟ ପାଣ୍ଡିଆନ ଓ ସୁରେଶ ଚନ୍ଦ୍ର ମହାପାତ୍ର ସକାଳ ୧୦ଘଣ୍ଟା ସମୟରେ ପହଞ୍ଚି ଥିଲେ । ସେଠାରୁ ରାଜସୀତାପୁର ଠାରେ ଥିବା କୋଭିଡ୍‌-୧୯ ହସ୍ପିଟାଲରେ ପହଞ୍ଚି ପରିଦର୍ଶନ କରିଥିଲେ । ଏହି ଟିମ୍ ସେଠାରେ କୋଭିଡ୍ ହସ୍ପିଟାଲ ପରିଦର୍ଶନ ଓ ଅନୁଧ୍ୟାନ କରିବା ସହ ସେଠାକାର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଦେଖି ଆନନ୍ଦ ପ୍ରକାଶ କରିଥିଲେ । ସେହିପରି କୋଭିଡ୍ ହସ୍ପିଟାଲ ମଧ୍ୟରେ ଥିବା ରିସେପସନ ହଲ୍ ଠାରେ ସେହି ଟିମ୍ ଜିଲ୍ଲାପାଳ ଅନୁପମ ସାହା ଓ ଏସପି ସାରା ଶର୍ମାଙ୍କ ସହ କରୋନାକୁ ନେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ସେହିପରି ଜିଲ୍ଲା ପ୍ରଶାସନର ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକୁ ପ୍ରଶଂସା କରିବା ସହ ବର୍ତ୍ତମାନ ପର୍ଯ୍ୟନ୍ତ ଗଜପତି ଜିଲ୍ଲା ଗ୍ରୀନ ଜୋନ୍‌ରେ ରହିଥିବା ଯୋଗୁଁ ଏହା ଏକ ଭଲ ଖବର ବୋଲି କହିଥିଲେ । ପରେ ୧୧ଘଣ୍ଟା ୧୦ ମିନିଟ ସମୟରେ ୫ଟି ସଚିବଙ୍କ ଏହି ୨ଜଣିଆ ଟିମ୍ ହେଲିକେପ୍ଟର ଯୋଗେ ଏଠାରୁ ଫେରି ଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ