୫ଟି ସଚିବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଚିତ୍ରକୋଣ୍ଡା ଡ୍ୟାମ ଦେଖି ଗଲେ
ଚିତ୍ରକୋଣ୍ଡା, (ବିମଳ କିଶୋରେ ମିଶ୍ର):ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳକୁ ୫ ଟି ସଚିବଙ୍କ ଭି କେ ପାଣ୍ଡୀଆନ ଏବଂ ତାଙ୍କ ସହିତ ତତକାଳିନ ମାଲକାନଗିରି ପୂର୍ବତନ ଜିଲାପାଳ ତଥା ବର୍ତ୍ତମାନ ବ୍ୟକ୍ତିଗତ ସଚିବ ଆର ଭିନୀଲକ୍ରିଷ୍ଣା ଏବଂ ଅନୁଗର ସ୍ୱାଭିମାନ ଅଞ୍ଚଳ ଗ୍ରସ୍ତ କରି ହନ୍ତାଲଗୁଡ଼ା ରେ ଆକର୍ଷଣୀୟ ଭିଉ ପଏଣ୍ଟ ବୁଲି ଥିଲେ ହନ୍ତାଳଗୁଡ଼ା ଜନସାଧାରଣଙ୍କ ଏବଂ ସ୍ୱୟଂ ସହାୟକ ଗୋଷ୍ଠି ମହିଳା ମାନଙ୍କ ସହ ସ୍ୱୟଂ ସହାୟକ ଗୋଷ୍ଠି ସହ ଆଲୋଚନା କରିଥିଲେ l ତାପରେ ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ବଡ଼ପଡା କୁ ଆସିଥିଲେ l ବଡ଼ପଡା ରେ ପହଞ୍ଚି ବଡ଼ପଡା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ସହ ରାତ୍ର ଭୋଜନ କରି ଗୁରୁପ୍ରିୟା ସେତୁ ଉପରେ ବୁଲି ପରିଦର୍ଶନ କରି ବଡପଡା ରେ ରାତ୍ରି ଯାପନ କରି ଆଜି ସକାଳୁ ଚିତ୍ରକୋଣ୍ଡା ମିଶନ ଶକ୍ତି କାଫେକୁ ଯାଇ ମିଶନ ଶକ୍ତି ମାଙ୍କ ସହ ମିଶିଥିଲେ କାଫେ ରେ ଦୋସା ଏବଂ ଇଟିଲି ଟିଫିନି ଖାଇଥିଲେ ମିଲେଟ ତିଆରି ଖାଦ୍ୟ ଦେଖି ଖୁସି ହୋଇ ବିଭିନ୍ନ ପରାମର୍ଶ ସହ ଚିତ୍ରକୋଣ୍ଡା ସ୍ଥିତ ୫ ଟି ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଶ୍ରେଣୀ କକ୍ଷ ବୁଲି ପିଲାଙ୍କୁ ପାଠ ପଚାରି, ସ୍ମାଟ କ୍ଲାସ ବୁଲି ଦେଖି ଖୁସି ହେବା ସହ ଚିତ୍ରକୋଣ୍ଡା ମାଟି ବନ୍ଧ ଡ୍ୟାମ କୁ ଯାଇ ବୁଲି ପରିଦର୍ଶନ କରିଥିଲେ ବାଲିମେଳା ମାଲକାନଗିରି ଅଭିମୁଖେ ଯାତ୍ରା କରିଥିଲେ l