୫ଟି ସଚିବ ଓ ମୂଖ୍ୟ ଶାସନ ସଚିବଙ୍କ ଛେଳିଗଡ ଗସ୍ତ : ସୁଡଙ୍ଗ କେନାଲ୍ କାର୍ଯ୍ୟର କଲେ ତଦାରଖ : ବିସ୍ଥାପିତଙ୍କ ବିରୋଧ 

ମୋହନା, (ଅଂଶୁମାନ ପଣ୍ଡା) :- ଗଜପତି ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି,କାର୍ତ୍ତିକେୟନ ପଣ୍ଡିଆନ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଜଳସେଚନ ବିଭାଗ ସଚିବ ଅନୁ ଗର୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶରେ  ହେଲିକେପ୍ଟର ଦ୍ୱାରା ଛେଳିଗଡ଼ ଜଳସେଚନ କାର୍ଯ୍ୟ ପରିଦର୍ଶନରେ ଆସି ମୂଷାଡଲି ନିକଟରେ ନିର୍ମାଣ ଚାଲୁଥିବା ଟନେଲ ବା ସୁଡଙ୍ଗ କେନାଲ୍ କାର୍ଯ୍ୟ ବୁଲି ଦେଖିଥିଲେ । ଟନେଲ ଭିତରେ ପଶି ସମସ୍ତ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟର ତଦାରଖ କରିଥିଲେ । ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା ବିଭାଗୀୟ ମୁଖ୍ୟଯନ୍ତ୍ରୀ ଇ. ଅଶ୍ୱିନ କୁମାର ମହାନ୍ତି, ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ଇ. ନଗେନ୍ଦ୍ର ନାଥ ମହାରଣା ସଚିବ ମାନଙ୍କୁ ହେଲିପ୍ୟାଡ଼ ରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ମୁଖ୍ୟସଚିବ ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ କି ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟ ସମାପ୍ତ ହେବ। ଏହା ଶେଷ ହେବାପରେ ପ୍ରଥମେ ଚାଷ ଜମିକୁ କେନାଲ ସାହାଯ୍ୟ ରେ ଜଳ ଯୋଗାଇ ଦିଆଯିବ ଏଥିସହ ସରକାରଙ୍କ ନିୟମ ମୁତାବକ ବିସ୍ଥାପିତଙ୍କୁ ସାହାଯ୍ୟ ଦିଆଯାଇଛି ଏବଂ ସେମାନେ ବିସ୍ଥାପିତ କଲୋନୀ କୁ ଯିବା ଆରମ୍ଭ କରିଛନ୍ତି । ତାଛଡା ସେମାନଙ୍କ ଜୀବନ ଜୀବିକା ନିମନ୍ତେ ଆତ୍ମ ନିର୍ଭରଶୀଳ ହେବା ପାଇଁ ବିଭିନ୍ନ ପ୍ରକାର ଯୋଜନା ସେମାନଙ୍କୁ ଯୋଗାଇ ଦିଆଯାଇଛି । ପୁଣି ଆଗାମୀ ଦିନରେ ଅଧିକା କିଛି ଯୋଜନା ବି ଯୋଗାଇ ଦିଆଯିବ । ସଚିବ ମାନଙ୍କ ଏହି ଗସ୍ତ ସମୟରେ ଏସ,ପି ଜୟରାମ ଶତପଥି, ଏସ,ଡି,ପି,ଓ, ଦିଲୀପ କୁମାର ନାୟକ, ପ୍ରମୁଖ ଉପସ୍ଥିତ ରହି ଆଇନ୍ ଶୃଙ୍ଖଳା ଉପରେ ଧ୍ୟାନ ଦେଇଥିଲେ । ଅଧିକ୍ଷଣ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା ସମସ୍ତ ସଚିବଙ୍କୁ ପ୍ରକଳ୍ପ ସମ୍ପର୍କରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ । ଏହି ପ୍ରକଳ୍ପ ୨୦୨୪ ରେ ସମ୍ପୂର୍ଣ୍ଣ ହୋଇ ୬ ହଜାର ହେକ୍ଟର ଜମିକୁ ଜଳ ଯୋଗାଇବା ସହ ୩୬ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେବା ଲକ୍ଷ୍ୟ ରହିଥିବା ଜଣାପଡିଛି । ସେପଟେ, ପ୍ରକଳ୍ପ ପରିଦର୍ଶନ କରି ସଚିବ ମାନେ ସନ୍ତୋଷ ପ୍ରକାଶ କରିଥିବାବେଳେ, ବିସ୍ଥାପିତ ପରିବାର ମାନେ ଏହାକୁ ବିରୋଧ କରିଛନ୍ତି । ବିସ୍ଥାପିତକୁ ନେଇ ରହିଥିବା ସରକାରୀ ଅନୁଦାନ ସମେତ ସେମାନଙ୍କ କ୍ଷତିପୂରଣ ବାବଦରେ ଚିନ୍ତା ନକରି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବାରୁ ବିସ୍ଥାପିତ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ