୫ଦଫା ଦାବୀରେ ଜେଲ୍ କର୍ମଚାରୀଙ୍କ ଆମରଣ ଅନଶନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):୫ ଦଫା ଦାବି ନେଇ ଭଞ୍ଜନଗର ସୁତନ୍ତ୍ର ଉପକାରାଗାର କର୍ମଚାରୀ ମାନେ ଅମରଣ ଅନଶନରେ ବସିଛନ୍ତି । କର୍ମଚାରୀ ଙ୍କ ଗ୍ରେଡ୍ ପେ’ ୧୯୦୦ରୁ ୨୦୦୦ ଟଙ୍କା , ମୁଖ୍ୟ କାରାରକ୍ଷୀ ଙ୍କ ୨୪୦୦ ଟଙ୍କାକୁ ବୃଦ୍ଧି , କାରାରକ୍ଷୀ ରୁ ମୁଖ୍ୟ କାରାରକ୍ଷୀ ପଦବୀ ପାଇଁ ପୁରୁଣା ପଦୋନ୍ନତି ନିୟମ ୨୦୧୨ସକୁ ପୁଣି ଲାଗୁ, ଉପଖଣ୍ଡ ସ୍ତରକୁ ବଦଳି ନିୟମ ବାତିଲ , ଖାଦ୍ୟ ଭତ୍ତାକୁ ୪୦୦ ରୁ ୧୪୦୦ ଟଙ୍କାକୁ ବୃଦ୍ଧି ଏବଂ ସପ୍ତମ ବେତମ କମିଶନ ୨୦୧୭ ଅନୁଯାୟୀ ୧୩ ମାସିଆ ଦରମା ବୃଦ୍ଧି ଆଦି ଦାବି ରହିଛି । ଏନେଇ ସେମାନେ ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକାରୀ ଓ ବିଭାଗୀୟ କର୍ମଚାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଫଳରେ ସେମାନେ ବାଧ୍ୟ ହୋଇ ସୋମବାର ଠାରୁ କଳାବ୍ୟାଜ୍ ପରିଧାନ କରି ଅନଶନ କରିଛନ୍ତି । ଦାବୀ ପୂରଣ ନ ହେବାପର୍ଯନ୍ତ ଅାମରଣଅନଶନ ଜାରି ରହିବ ବୋଲି କର୍ମଚାରୀ ମାନେ କହିଛନ୍ତି ।