୫ଦଫା ଦାବୀ ନେଇ ଭାଜପାର ସାନଖେମୁଣ୍ଡି ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭାଜପା ପକ୍ଷରୁ ଶୁକ୍ରବାର ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁ ତହସିଲଦାର ଅମିତ ନାୟକଙ୍କ ଜରିଆରେ ପ୍ରଦାନ କରାଯାଇଛି। ସମସ୍ତ ଚାଷୀଙ୍କୁ ଖୁବ ଶୀଘ୍ର ସାର ଯୋଗାଇଦେବା, ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସମସ୍ତ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯିବା, ବେଆଇନ ବାଲି, ମୋରୁମ, ଇଟା ଚାଲାଣ ବନ୍ଦ କରିବା, ଚାଷୀର ଜମିକୁ ନିତିଦିନିଆ ଜଳସେଚନ ବ୍ୟବସ୍ଥା କରିବା, ଖାଲି ପଡିଥିବା ଜମିର ମାଟି ପରୀକ୍ଷା କରି ବିଭିନ୍ନ ପ୍ରକାର ଫସଲ ଚାଷ ପାଇଁ ସହାୟତା ଯୋଗାଇଦେବା ଆଦି ଦାବୀ ନେଇ ଭାଜପା କର୍ମକର୍ତ୍ତା ମାନେ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ। ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପରିଧାନ କରି ଏହି ପ୍ରତିବାଦ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଜୟ କୁମାର ସ୍ୱାଇଁ ଙ୍କ ନେତୃତ୍ୟ ରେ ଏହି କାର୍ଯ୍ୟକ୍ରମ ରେ ଏହି ଦାବିପତ୍ର ପ୍ରଦାନ ସମୟ ରେ ଯୁବ ନେତା ଏମ.ଚିନ୍ମୟ ରେଡ୍ଡୀ,ରାମଚନ୍ଦ୍ରପୁର ମଣ୍ଡଳ ସଭାପତି ସୁନୀଲ ପ୍ରଧାନ ,ପାଟପୁର ମଣ୍ଡଳ ସଭାପତି ଗୌତମ କୁମାର ରଣା,ପୋଡାମରି ମଣ୍ଡଳ ସଭାପତି ଲିତୁ ପ୍ରଧାନ,ରଞ୍ଜିତ ପଣ୍ଡା ,ମୁନେଶୁ ଦୋରା, ଜିଲୁ ପ୍ରଧାନ ,ସନ୍ତୋଷ ଦଳାଇ, ଧର୍ମେନ୍ଦ୍ର ସ୍ୱାଇଁ,ସୁଶାନ୍ତ ନାୟକ,ବଳରାମ ପରିଡା,ବଚନ ପ୍ରଧାନ ,ଓକିଲ ବିଶୋଇ,ନିରଞ୍ଜନ ପ୍ରଧାନ ଙ୍କ ସମେତ ଅନ୍ୟ କର୍ମ କର୍ତା ମାନେ ସାମିଲ ଥିଲେ।


