୫ଦିନିଆ ଚତୁର୍ଥ ଲୋକକଳା ମହୋତ୍ସବ ଉଦଯାପିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସ୍ଥିତ ରାଜାରାମ ମଠ ପ୍ରାଙ୍ଗଣରେ କୋଣାର୍କ ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟଦୀପ ଆନୁକୁଲ୍ୟରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ, ରାଜ୍ୟ ସଂସ୍କୃତି ବିଭାଗ ଓ ଓମଫେଡ ସହଯୋଗରେ ୫ଦିନିଆ ଲୋକ କଳା ମହୋତ୍ସବକୁ ଜଗତସିଂହପୁରୁ ସାଂସଦ ଙ୍କ ପ୍ରତିନିଧି ପଦ୍ମ ଚରଣ ବେଉରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଯାପନ କରିଥିଲେ। ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟଦୀପର ନିର୍ଦ୍ଦେଶକ କାଳନ୍ଦୀ ଚରଣ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ ସନ୍ଧ୍ୟ।ରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୋଣାର୍କ ଅଗ୍ରଣୀ ସ୍ୱଚ୍ଛା ସେବୀ ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସ୍ୱାଇଁ ଯୋଗଦେଇଥିଲେ। ଲୋକକଳାର ପୁନରୁଦ୍ଧାର ଓ ପ୍ରଚାର ଓ ପ୍ରସାର କରି ଜନମାନସରେ ଏହାର ଲୋକପ୍ରିୟତା ବୃଦ୍ଧି କରିବା ଏକାନ୍ତ ଅପରିହାର୍ଯ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଉଦଯାପନୀ ସନ୍ଧ୍ୟାରେ ପ୍ରଥମାର୍ଦ୍ଧରେ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଝିଅ ଟିଏ ବାହା ହୋଇ ଶାଶୁଘର କୁ ବିଦା ହେଲା ବେଳେ ବାପା, ମା,ଭାଇ, ଭଉଣୀ ନିଜର କୁଣିଆ ଓ ସାଙ୍ଗ ସାଥି ମାନଙ୍କୁ କିପରି ଛାଡ଼ି ନିଜ ସ୍ବାମୀ ସହ ଘର ସଂସାର କରୁଛି ତାହା ପରିବେଷଣ କରାଯାଇଥିଲା। ଏହାପରେ କଳାକାର ମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା। ଶେଷରେ କଟକ ର ଲୋକ ଶାସ୍ତ୍ର କଳା ପରିଷଦର ଗୁରୁ ଗଙ୍ଗାଧର ଦାସ ଙ୍କ କଳାକାର ମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ଦ୍ବାରା କୋଣାର୍କ ଅଞ୍ଚଳ ର ଥିବା ସମସ୍ତ ଦେବା ଦେବୀଙ୍କ ନାମ କୁ ନେଇ ଏକ ଆଧ୍ୟାତ୍ମିକ ଗୀତ ର ନୃତ୍ୟ ପରିବେଶଣ ହୋଇଥିଲା। ଏହି ଉଦଯାପନୀ ସମାରୋହରେ କୋଣାର୍କ ତଥା ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଏହି ସମାରୋହ ରେ ନାଟ୍ୟଦିପର ନିର୍ଦେଶକ କାଳନ୍ଦୀ ଚରଣ ସ୍ୱାଇଁ ସହନିର୍ଦ୍ଦେଶକ ନିତ୍ୟାନନ୍ଦ ମହାରଣା ଓ ମାନସ ପ୍ରଧାନ ପରିଚାଳନା କରିଥିଲେ। ଅନ୍ୟ ମାନଂକ ମଧ୍ୟରୁ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ରାଉତ ଏହି ୫ ଦିନ ଧରି ଚଳିରହିଥିବା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ