୫ନମ୍ବର (କ) ଜାତୀୟ ରାଜପଥର ଦୁହୁରିଆ ନିକଟ ବାମପାଶ୍ୱର୍ ସଂଯୋଗୀକରଣ ରାସ୍ତା ମରଣଜନ୍ତା ପାଲଟିଛି

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ୫ନମ୍ବର (କ) ଜାତୀୟ ରାଜପଥର ବାମପାଶ୍ୱର୍ ଦୁହୁରିଆ ନିକଟ ସଂଯୋଗୀକରଣ ରାସ୍ତାଟି ମରଣଜନ୍ତ୍ରା ପାଲଟିଥିବା ଦେଖାଯାଇଛି । ସେହି ରାସ୍ତାଦେଇ ପାରାଦୀପ ପଟରୁ ଚଣ୍ଡିଖୋଲ ଆଡକୁ ଆସୁଥିବା ଗାଡି ଗୁଡିକ ତଳକୁ ଗଡି କଟକ ଆଡକୁ ଯାଇଥାଏ । ସେହିଭଳି ବାଲିଆ ଓ ଜମଧର ପଟୁ ଆସୁଥିବା ଗାଡି ଓ ଲୋକମାନେ ଏହି ରାସ୍ତାରେ ଜାତୀୟ ରାଜପଥ ଉପରକୁ ଉଠି ଗୋପ, ଛଗରିଆ, ମାର୍ଶାଘାଇ ଓ ପାରାଦୀପ ଆଡକୁ ଯାଇଥାନ୍ତି । ଦୈନିକ ହଜାର ହଜାର ଗାଡି ଓ ଲୋକମାନେ ଏହି ରାସ୍ତାରେ ଯାତାୟତ କରୁଥିବା ବେଳେ ଏହି ରାସ୍ତାଟି ଏବେ ଖାଲଖମାରେ ପରିଣତ ହୋଇ ଦୈନିକ ଦୂର୍ଘଟଣାମାନ ଘଟୁଥିବା ଦେଖାଯାଇଛି । ସାଧାରଣ ଲୋକମାନେ ଏହି ରାସ୍ତାରେ ଯିବା ଆସିବା ସମୟରେ ଅନେକ ସମୟରେ ଦୂର୍ଘଟଣାର ସମ୍ମୁଖିନ ହୋଇ ଧନଜୀବନ କ୍ଷୟକ୍ଷତି ହେଉଥିବା ବେଳେ ସଂପୃକ୍ତ ବିଭାଗ ଏଥିପ୍ରତି ଆଖିବୁଜିଦେବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ବିଭାଗୀୟ କତ୍ତୃପକ୍ଷଙ୍କୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ନାରାୟଣ ନାୟକ ଓ ନୀଳମଣି ସିଂ ପ୍ରମୁଖ ବାରମ୍ବାର ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ