୫ପଜେଟିଭ ଚିହ୍ନଟ, ସୋଲପଟା, ଶାଳଣିଆଁ ଗ୍ରାମ ଓ ଶାଳଣିଆଁ ବଜାରକୁ ଆଂଶିକ ସର୍ଟଡାଉନ

ହାଟଡିହି, (ଓ୍ବାଇଏନ୍ଏସ୍) : ପୁଣି ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଯାଇ ୬୯ରେ ପହଞ୍ଚିଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ଯେ ଡଅଁର ଆକ୍ରାନ୍ତ ଯୁବତୀ ଜଣକ ଏଠାରେ ସୁପର ଷ୍ପ୍ରେଡର ଭାବେ ଉଭା ହୋଇଛନ୍ତି । ତାଙ୍କ ସଂଷ୍ପର୍ଶରେ ଆସିଥିବା ଲୋକଙ୍କ ଭିତରୁ ଏବେସୁଧା ୧୭ଜଣ ଆକ୍ରାନ୍ତ ହେଲେଣି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଶାସଙ୍ଗ ପଞ୍ଚାୟତ ଟିଏମସିରୁ ହୋଇଥିବାବେଳେ ଆଉ ଜଣେ ଷଡଙ୍ଗ ଟିଏମସିରୁ ବୋଲି ଜଣାପଡିଛି । ଶାସଙ୍ଗ ପଞ୍ଚାୟତର ୨୪ବର୍ଷୀୟ ଯୁବକ ଜଣକ ଗତ ୮ଦିନ ତଳେ ମହାରାଷ୍ଟ୍ରରୁ ଆସି ଛେନାପଦିଛକ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟରେ ସଙ୍ଗରୋଧ କେନ୍ଦ୍ରରେ ଥିବାବେଳେ ଷଡଙ୍ଗ ପଞ୍ଚାୟତର ଜଣେ ୫୦ବର୍ଷୀୟ ବ୍ୟକ୍ତି ଗତ ୭ଦିନ ତଳେ କଲିକତାରୁ ଆସି ଷଡଙ୍ଗ ।ଇସ୍କୁଲରେ ଥିବା ଟିଏମସିରେ ରହିଥିଲେ । ଅନ୍ୟ ତିନିଜଣ ସ୍ଥାନୀୟ ସଂକ୍ରମିତ ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଡଅଁରର ୧୮ବର୍ଷୀୟ ଯୁବତୀ ଓ ସେ ପୁର୍ବ ସଂକ୍ରମିତଙ୍କ ସଂଷ୍ପର୍ଶରେ ଆସିଥିଲେ । ସେହିପରି ଅନ୍ୟଜଣେ ହାବଳେଶ୍ୱର ପଞ୍ଚାୟତ ମଝିଗାଁର ୨୫ବର୍ଷୀୟ ଯୁବକ ବୋଲି ଜଣାପଡିଛି । ସେ ପୁର୍ବରୁ ଡଅଁର ଗ୍ରାମର ଜଣେ ଆକ୍ରାନ୍ତ ଯୁବତୀଙ୍କ ସଂଷ୍ପର୍ଶରେ ଆସିଥିଲେ । ସେହିପରି ଅନ୍ୟଜଣେ ଅକରୁଆ ପଞ୍ଚାୟତ କାଠିଆସରା ଗ୍ରାମର ବୋଲି ଜଣାପଡିଛି । ସେ ଆନନ୍ଦପୁର ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିଲେ । ସେହିପରି ଶାଳଣିଆଁ ପଞ୍ଚାୟତ ସୋଲପଟାରୁ ୬ଜଣ ପଜେଟିଭ ଚିହ୍ନଟ ହେବାପରେ ଆସନ୍ତା ୨୮ତାରିଖ ସକାଳ ୫ଟାଠାରୁ ଏଠାରେ ସର୍ଟଡାଉନ ଘୋଷଣା କରାଯାଇଥିବା ଆନନ୍ଦପୁର ଉପଜିଲ୍ଲାପାଳ ଘୋଷଣା କରିଛନ୍ତି । ୨୮ତାରିଖ ସକାଳ ୫ଟାଠାରୁ ଅଗଷ୍ଟ ୨ତାରିଖ ପର୍ଯ୍ୟନ୍ତ ଏହା ଲାଗୁ ରହିବ । ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକୀୟ ସେବା ଜାରି ରହିବା ସହିତ ଔଷଧ ଦୋକାନ ଗୁଡିକ ଖୋଲା ରହିବ । ବ୍ୟାଙ୍କ ବନ୍ଦ ରହିବା ସହିତ କେବଳ ଏଟିଏମ ଖୋଲାରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ତେଜରାତି, କ୍ଷୀର ଓ ପନିପରିବା ଦୋକାନ ଗୁଡିକ ସକାଳ ୭ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲାରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ