୫ମଶ୍ରେଣୀର ୨୫୧ ଜଣ ଛାତ୍ରଛାତ୍ରୀ ବୃତ୍ତି ପରୀକ୍ଷା ଦେଲେ

ହାଟଡ଼ିହି : ହାଟଡିହି ବ୍ଲକର ଦୁଇଗୋଟି ପରୀକ୍ଷାକେନ୍ଦ୍ରରେ ୨୫୧ଜଣ ଛାତ୍ରଛାତ୍ରୀ ଆଜି ଅନୁଷ୍ଠିତ ୫ମଶ୍ରେଣୀ ବୃତ୍ତି ପରୀକ୍ଷା ଦେଇଛନ୍ତି । ହାଟଡିହି ହାଇସ୍କୁଲରେ ଅନୁଷ୍ଠିତ ପରୀକ୍ଷାକେନ୍ଦ୍ରରେ ୨୦୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୬୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ୪୨ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ । ପ୍ରଧାନ ଶିକ୍ଷକ ଶିଶିର କୁମାର କର ପରୀକ୍ଷା ପରିଚାଳନା କରିଥିବାବେଳେ ଏବିଇଓ ସୁରେଶ କୁମାର ଜେନା ପରୀକ୍ଷା ତଦାରଖ କରିଥିଲେ । ସେହିପରି ବାଲିବରେଇ ହାଇସ୍କୁଲରେ ୯୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ୭୯ଜଣ ପରୀକ୍ଷା ଦେଇଥିଲେ । ସହକାରୀ ଶିକ୍ଷକ ବିଷ୍ଣୁପଦ ଜେନା ପରୀକ୍ଷା ପରିଚାଳନା କରିଥିବାବେଳେ ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ ପରୀକ୍ଷାର ତଦାରଖ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ