୫ମାସବି ଗଲାନି, ୫-ଟିରେ ନିର୍ମିତ ବାସ୍କେଟବଲ କୋଟ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମରୈଗାଁ ହାଇସ୍କୁଲରେ ୬ଲକ୍ଷରୁ ଉର୍ଦ୍ଧ ଟଙ୍କାରେ ୫-ଟି ଯୋଜନାରେ ନିର୍ମିତ ହୋଇଥିବା ବାସ୍କେଟବଲ କୋର୍ଟ ଟି ଗୋଟିଏ ବର୍ଷାରେ ଗଳିପଡିଛି । ସ୍କୁଲର ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ଜେନାଙ୍କ କହିବାନୁଯାଇ ଗତ ମାର୍ଚ୍ଚ ମାସରେ ଏହି ବାସ୍କେଟବଲ ପଡିଆଟି ନିର୍ମାଣ ହୋଇଥିଲା । ଏଠାରେ ପିଲାମାନେ ଖେଳାଖେଳିବି କରି ନାହାନ୍ତି । କିନ୍ତୁ ଗତ ଦୁଇଦିନ ତଳେ ହୋଇଥିବା ବର୍ଷାରେ ଏହି ପଡିଆର ବିଭିନ୍ନ ସ୍ଥାନ ଦବି ଯାଇଛି । ନିର୍ମାଣ ସମୟରେ ଏହା ଅତି ନିମ୍ନମାନର କାମ ହେଉଥିବା ନେଇ ଅଭିଯୋଗ ହୋଇଥିଲେବି କୌଣସି ଅଧିକାରୀ ତାହାକୁ କର୍ଣ୍ଣପାତ କରିନଥିଲେ । ଫଳରେ ଏହା ଦବି ଗଲା ବୋଲି ଗ୍ରାମର କିଛି ବ୍ୟକ୍ତି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସଂପୃକ୍ତ ପଞ୍ଚାୟତର ପୁର୍ବତନ କନିଷ୍ଠଯନ୍ତ୍ରୀ ସୁକାନ୍ତ ନାୟକଙ୍କୁ ପଚାରିବାରେ ୬ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମିତ ହୋଇଥିଲା । ବର୍ଷାଦ୍ୱାରା ତଳୁ ବାଲିସବୁ ଧୋଇଯିବାପରେ କିଛିସ୍ଥାନ ଦବି ଯାଇଥିବା ସେ ଶୁଣିଛନ୍ତି । ଅତିଶୀଘ୍ର ଏହାର ପୁନଃନିର୍ମାଣ କରାଯିବ ବୋଲି ସେ କହିଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ନିର୍ମାଣ ସମୟରେ କନିଷ୍ଠଯନ୍ତ୍ରୀ କି ସହକାରୀ ଯନ୍ତ୍ରୀ ଏହାର ଉଚିତ ତଦାରଖ କରୁ ନଥିଲେ କାହିଁକି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଖାଲି ଏହି ଗୋଟିଏ କାମ ନୁହଁ ଏହି ଯୋଜନାରେ ନିର୍ମାଣ କରାଯାଇଥିବା ଅନ୍ୟ କାମଗୁଡିକ ମଧ୍ୟ ଅତିନିମ୍ନମାନର ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ