୫ମ ଗଞ୍ଜାମ ଜ଼ିଲ୍ଲା ସାଂସ୍କୃତିକ ମହୋତ୍ସବ ଉଦଘାଟିତ
ବ୍ରହ୍ମପୁର, (ଅନିଲ କୁମାର):ଉତ୍କଳ ଆଶ୍ରମ ମୁକ୍ତ ମଞ୍ଚ ରେ ଅନ୍ଵେଷା କଳାକେନ୍ଦ୍ର ତରଫରୁ ୫ମ ଗଞ୍ଜାମ ଜ଼ିଲ୍ଲା ସାଂସ୍କୃତିକ ମହୋତ୍ସବ ଉଦଘାଟିତ ହୋଇସାରିଛି l ବ୍ରହ୍ମପୁର ମହାନଗର ର ମେୟର ସଂଘମିତ୍ରା ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟ ରେ ଓଡିଶାର ଯୁବ ଚଳଚିତ୍ର ନିର୍ଦ୍ଦେଶକ ସ୍ନେହାଶିଷ ଦାଶ, କଣ୍ଠଶିଳ୍ପୀ ଅଭିଜିତ ମିଶ୍ର, କାଳୀ ଚରଣ ସାହୁ, କେ.ରାଜାକୁମାର ସେନାପତି ଯୋଗ ଦେଇଥିବା ବେଳେ ଉଷା ରାଣୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଅଶୋକ ବ୍ରହ୍ମା, ସୁଦିପ ସାହୁ, ପ୍ରମୁଖ ମଂଚାସୀନ ଥିଲେ lଡ ମିହିର କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଏହି ଅବସରରେ ଅଭିଜିତ ମିଶ୍ର ଓ ସ୍ନେହାଶିଷ ଦାସଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଆଜିର କାର୍ଯ୍ୟକ୍ରମ ସଂଗୀତ ସମ୍ରାଟ ଅକ୍ଷୟ ମହାନ୍ତିଙ୍କୁ ସମର୍ପଣ କରାଯାଇଛି l ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶୀ, ରଣପା, ଚଡେୟl ନୃତ୍ୟ, ସମ୍ବଲପୁରୀ ଏଵଂ ଆଧୁନିକ ନୃତ୍ୟ ପରିବେଷଣ କରାଯାଇଥିଲା


