୫ମ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ନାମେନ୍‌ଟ ଉଦ୍‌ଘାଟିତ

ଯୋଡା,(ସମୀର କୁମାର ଦାସ): ଯୋଡା ଶାସ୍ତ୍ରୀନଗର ୟୁଥ୍ କ୍ଲବ ପକ୍ଷରୁ ଏନ୍‌ଏସି ଗେଟ୍ ଛକ ପଡିଆଠାରେ ଶନିବାର ଭଲିବଲ ଟୁର୍ନାମେନ୍‌ଟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ ଯୋଗଦେଇ ଟୁର୍ନାମେନ୍‌ଟକୁ ଉଦ୍‌ଘାଟନ କରିଥିଲେ । ସଭାରେ ଶାସ୍ତ୍ରୀନଗର ୟୁଥ୍ କ୍ଲବ ପକ୍ଷରୁ ସଭାପତି ସିଦ୍ଧାର୍ଥ ସାରଥୀ କର, ଉପସଭାପତି ସାତ୍ୟକି ପ୍ରିୟଦର୍ଶନ ବେହେରା ଟୁର୍ନାମେନ୍‌ଟ ର ବିବରଣୀ ପ୍ରଦାନ କରିଥିଲେ । ସଭାରେ ସାମ୍ବାଦିକ ରଜତ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉଦ୍‌ଘାଟନ ମ୍ୟାଚ୍‌ରେ ଯୋଡା ଓ ଠାକୁରାଣୀ ମଧ୍ୟରେ ଟୁର୍ନାମେନ୍ଟ ଆରମ୍ଭ ହୋଇଥିଲା । ଶନିବାର ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ନାମେନ୍‌ଟ ଆୟୋଜନ କରାଯାଇଥିବା ବେଳେ ରବିବାର ରାଜ୍ୟସ୍ତରୀୟ ଭଲିବଲ ଟୁର୍ନାମେନ୍‌ଟ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଶାସ୍ତ୍ରୀନଗର ୟୁଥ୍ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାସ୍ତରୀୟ ଟୁର୍ନାମେନ୍‌ଟ ରେ ଜିଲ୍ଲାର ୮ ଟି ଭଲିବଲ ଟିମ୍ ଅଂଶଗ୍ରହଣ କରୁଥିବାବେଳେ ରବିବାର ହେବାକୁ ଥିବା ରାଜ୍ୟସ୍ତରୀୟ ଟୁର୍ନାମେନ୍‌ଟରେ ଖୋର୍ଦ୍ଧା, ଭୁବନେଶ୍ୱର, ରାଉରକେଲା ଓ ଯୋଡାର ସୁନାମଧନ୍ୟ ଭଲିବଲ ଟିମ୍ ଏଥିରେ ଅଂଶଗ୍ରହଣ କରିବେ । ଏହି ଟୁର୍ନାମେନ୍‌ଟ ରେ ରେଫରି ଭାବେ କ୍ଷେତ୍ରମୋହନ ବେହେରା, ସମୀର ବେହେରା ଓ ମନରଂଜନ ମହାନ୍ତି ଯୋଗ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ