୫ରେ ପଶ୍ଚିମ ଓଡ଼ିଶା ବନ୍ଦ
ଭୁବନେଶ୍ୱର: ଫେବୃଆରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡ଼ିଶା ଓକିଲ ସଂଘ ଏହି ବନ୍ଦ ଡାକରାର ଆହ୍ୱାନ ଦେଇଛି । ବଲାଙ୍ଗୀରରେ ପଶ୍ଚିମ ଓଡ଼ିଶାର ଓକିଲ ସଂଘର ମିଳିତ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ କରିବାକୁ ଓକିଲ ସଂଘ ପକ୍ଷରୁ କୁହାଯାଇଛି। ସୂଚନା ଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ବାରମ୍ବାର ତାଗିଦ ସତ୍ତ୍ବେ ଆନ୍ଦୋଳନ ପ୍ରତ୍ୟାହାର ନକରିବାରୁ ପଶ୍ଚିମ ଓଡ଼ିଶାର ୧୭ଟି ବାର ଆସୋସିଏସନ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ଆଇନଜୀବୀ ପରିଷଦକୁ ରାଜ୍ୟ ବାର କାଉନସିଲ ପ୍ରସ୍ତାବ ଦେଇଥିଲା । ବଲାଙ୍ଗୀର, ସମ୍ବଲପୁର, ବଣାଇ, ରାଜଗାଙ୍ଗପୁର, ପଦ୍ମପୁର, କୁଚିଣ୍ଡା, ଅତାବିରା, ଦେବଗଡ଼, ରେଢ଼ାଖୋଲ, ସୋହେଲା, ବରପାଲି, ସୋନପୁର, ବୀରମହାରାଜପୁର, ବିନିକା, ତରଭା, ଲୋଇସିଂହା, ଝାରସୁଗଡ଼ା ବାର ଆସୋସିଏସନ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ସଭ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଯେଉଁଥିପାଇଁ ପଶ୍ଚିମ ଓଡ଼ିଶାର ମିଳିତ ଓକିଲ ସଂଘ କ୍ଷୋଭ ପ୍ରକାଶ କରିବା ସହ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ସାମୂହିକ ଲାଇସେନ୍ସ ସରେଣ୍ଡର କରାଯିବ ବୋଲି କୁହାଯାଇଥିଲା।