୫ରେ ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ଓଡ଼ିଶାର ନୂଆ ସରକାରଙ୍କର ଅଭିନଵ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶାର ଆସନ୍ତା ୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ କର କମଳରେ ଖୋର୍ଦ୍ଧା ଜିଲ୍ଲା ର ଜଙ୍କିଆ ଠାରେ ସକାଳ ୧୧ ଘଣ୍ଟା ସମୟରେ ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ। ଏହି ଯୋଜନା ରେ ଗ୍ରାମୀଣ ଭିତ୍ତିଭୂମି ଏବଂ ଅର୍ଥନୀତି ସୁଦୃଢ ହେବାସହ ଗ୍ରାମୀଣ ଜୀବନ ସୁଗମ ହୋଇପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିନଭ ଯୋଜନାର ଲକ୍ଷ୍ୟ ରଖା ଯାଇଛି। ଏହା ଦ୍ୱାରା ନୂତନ ସରକାରଙ୍କର ଉତ୍କର୍ଷ ଓଡିଶା – ୨୦୩୬ ର ରୂପାନ୍ତରଣରେ ଏହା ସହଯୋଗ କରିଵା ସହ ନୂତନ ଦିଗଦର୍ଶନର ବାର୍ତ୍ତା ଦବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ଏହି ଯୋଜନାରେ ୫ ବର୍ଷ ପାଇଁ ୫ କୋଟି ଖର୍ଚ କରାଯିବାପାଇଁ ଲକ୍ଷ୍ୟ ରଖା ଯାଇଛି । ପ୍ରତି ବର୍ଷ ୧ କୋଟି ଟଙ୍କା ଗ୍ରାମର ଉନ୍ନତିକାରଣ ପାଇଁ ଖର୍ଚ କରାଯିବା ପାଇଁ ଲକ୍ଷ ରଖା ଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ବିଷୟରେ ଖୋର୍ଦ୍ଧା ବାସୀଙ୍କୁ ଅବଗତ କରାଇବା ପାଇଁ ଜିଲ୍ଲାପାଳ, ଚଞ୍ଚଳ ରାଣା ୧୧ ହଜାର ଲୋକଙ୍କ ର ସମାଗମ ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ସେମାନଙ୍କ ଖାଦ୍ୟ ପାନୀୟ ର ବ୍ୟବସ୍ଥା କରାଯାଉଛି । ଏଥି ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା/ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଉପ-ଜିଲ୍ଲାପାଳ କିଶୋର କୁମାର ପଣ୍ଡା ଏହାର ତଦାରଖ କରୁଛନ୍ତି ।
ଜନସାଧାରଣଙ୍କ ଯାତାୟାତ ପାଇଁ ୨୬୦ ଗୋଟି ବସ୍ ର ନିୟୋଜିତ‌ କରାଯାଇଛି ।ଜିଲ୍ଲା ଇ ସମସ୍ତଙ୍କୁ ଅବଗତ କରାଇବା ପାଇଁ ଏହାର ସିଧା ପ୍ରସାରଣ ୱେବ୍ସାଇଟ ଜରିଆରେ ପ୍ରଦର୍ଶନ ର ଏଵଂ ଲାଇଭ ଟିଭି ଚ୍ୟାନେଲ ମାଧ୍ୟମରେ ପ୍ରଚାର ପ୍ରସାର କରାଯିବାକୁ ସ୍ଥିର ସୋଇଛି।

 

 

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ