୫୦ତମ ଜିଲ୍ଲାସ୍ତରୀୟ ରେଡକ୍ରସ ତାଲିମ ଉଦଯାପନ ଦିବସରେ ୫୧ ୟୁନିଟ ରକ୍ତ ସଂଗ୍ରହ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ହାଇସ୍କୁଲ ପରିସରରେ ତିନିଦିନ ବ୍ୟାପୀ ଚାଲିଥିବା ୫୦ତମ ଜିଲ୍ଲାସ୍ତ୍ରୀରିୟ ରେଡ଼କ୍ରସ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ବେବା ସହ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଖଣ୍ଡଦେଉଳି ହାଇସ୍କୁଲର ପ୍ରଧାନଶିକ୍ଷକ ଡ଼. ଶଙ୍କର ନାରାୟଣ ବେଜ଼ଙ୍କ ପୌରହିତ୍ୟିରେ ଉଦଯାପନୀ ଶିବିରରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଅତିରିକ୍ତ ଶିକ୍ଷାଅଧିକାରୀ ରାଜେଶ କୁମାର ପ୍ରଧାନ ମୁଖ୍ୟବକ୍ତା ରୂପେ ଜିଲ୍ଲାକ୍ରୀଡା ନିରୀକ୍ଷକ ଭାଗିରଥି ସ୍ୱାଇଁ , ସମ୍ମାନିତଅତିଥି ରୂପେ ଗଞ୍ଜାମ ବିଇଓ ଭାଗିରଥି ବେହେରା,ପୁରୁଷୋତ୍ତମପୁର ବିଇଓ କିଶୋର ଚନ୍ଦ୍ର ବେହେରା, କୁକୁଡ଼ାଖଣ୍ଡି ବିଇଓ ଏସ. ଗିରିଧାରୀ, ପୁର୍ବତନ ବିଜ୍ଞାନନିରୀକ୍ଷକ ଗୋକୁଳ କୃଷ୍ଣ ପଣ୍ଡା, , ଯୋଗ ଦେଇଥିଲେ।ଅନ୍ୟତମ ଅତିଥି ରୂପେ ସରପଞ୍ଚ ବୈରାଗୀ ବେହେରା, ପୁର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକ, ବିଶିଷ୍ଟ ଶିକ୍ଷାବିତ ବିଜୟ କୁମାର ବିଶ୍ବାଳ,ଶିବିର ନିର୍ଦ୍ଦେଶକ ବିଜୟ କୁମାର ବେହେରା , ପୁର୍ବତନ ପ୍ରଧାନଶିକ୍ଷକ ରାମଚନ୍ଦ୍ର ଗୌଡ଼,ହିମାଂଶୁ କୁମାର ପଟ୍ଟନାୟକ, ବିଜୟ ମହାରଣା, ଭିକାରୀ ଗୌଡ଼, ସୁରେନ୍ଦ୍ର ପଣ୍ଡା, ଲକ୍ଷ୍ମୀ ମହାରଣା ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାରେଡ଼କ୍ରସ, ସହିଦ ଭଗତସିଂ ଡ଼ିଗ୍ରୀ ମହାବିଦ୍ୟାଳୟ ଏବଂ ସମ୍ବାଦ ଓ ଆମ ଓଡିଶାର ସଂଯୋଜକ ବସନ୍ତ ପଣ୍ଡା, ସାମ୍ବାଦିକ ଲକ୍ଷ୍ମୀ ପାଢ଼ୀଙ୍କ ତତ୍ତ୍ୱାବଧାନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୫୧ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମରେ ସନ୍ତୋଷ ପଲେଇ, ବାଉରୀ ଗୌଡ଼, ଉଲ୍ଲାସ ଜେନା, ହରିସ ବେହେରା,ବିଘ୍ନରାଜ ଦାସ, କୃଷ୍ଣଚନ୍ଦ୍ର ସ୍ୱାଇଁ, ସିଲୁ କୁମାର ବେଜ଼, ସୁଦର୍ଶନ ବେହେରା,, ସୁଧାକର ସ୍ୱାଇଁ, ପପୁନ ସ୍ୱାଇଁ, ପ୍ରମୁଖ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ବିଦ୍ୟାର୍ଥୀଓ ପରିଚାଳନା କମିଟି ଓ ଗ୍ରାମବାସୀ ସହଯୋଗ କରିଥିଲେ।


