୫୦ଫୁଟ ଉଚ୍ଚ ପାଣିଟାଙ୍କିରୁ ଉଦ୍ଧାର ହେଲେ ମାନସିକ ବିକୃତ ବ୍ୟକ୍ତି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସମସ୍ତେ ଦେଖୁ ଦେଖୁ ହଠାତ୍‍ ଏକ ମାନସିକ ବିକୃତ ବ୍ୟକ୍ତି ଚଢିଗଲେ ଏକ ୫୦ ଫୁଟ ଉଚ୍ଚର ଏକ ପାଣି ଟାଙ୍କିରେ। ୫୦ ଫୁଟ ଉପରୁ ଡ଼େଇଁବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ। କିନ୍ତୁ ଠିକ୍‍ ସମୟରେ କୋଟଗଡ଼ ଦମକାଳ ବାହିନି ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ମାନସିକ ବିକାରଗ୍ରସ୍ତ ବ୍ୟକ୍ତକୁ ଉଦ୍ଧାର କରିଛନ୍ତି। ଯାହାଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ତେବେ ତାହାର ନାମ କିମ୍ବା ଅନ୍ୟ କୌଣସି ଠିକଣାଜଣାପଡ଼ିନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଘଟଣା ଘଟିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଳକର ଜୁବାଗୁଡ଼ା ପଞ୍ଚାୟତରେ।ଖବର ପ୍ରକାରେ , ଶୁକ୍ରବାର  ମଧ୍ୟାହ୍ନ ପ୍ରାୟ ୧୧ଟା ସମୟରେ ଗ୍ରାମ ସାମାନ୍ୟ ଚଳ ଚଞ୍ଚଳ ଥିବା ବେଳେ ହଠାତ୍‍ ଏକ ମାନସିକ ବିକାରଗସ୍ତ ଯୁବକ ଉକ୍ତ ପାଣିଟାଙ୍କି ନିକଟକୁ ଯାଇଥିଲା। ତେବେ ଦେଖୁ ଦେଖୁ ଯୁବକ ଜଣକ ଉକ୍ତ ୫୦ଫୁଟ ଉପରକୁ ଚଢିଯାଇ ଡ଼େଇଁ ପଡ଼ିବା ପାଇଁ ଉଦ୍ୟମ କରିଥିଲା। ଏଥିରେ ଗ୍ରାମବାସୀ ହସ୍ତକ୍ଷେପ କରିବା ପରେ ଯୁବକ ଜଣକ ୫୦ଫୁଟ ଉଚ୍ଚରେ ଥିବା ପାଣିଟାଙ୍କିକୁ ଡ଼େଇଁ ପଡ଼ିଥିଲା। ସଙ୍ଗେ ସଙ୍ଗେ ଗ୍ରାମବାସୀ ମାନେ କୋଟଗଡ଼ ଦମକଳ ବାହିନିକୁ ଡ଼ାକିବା ପରେ ଦମକଳ ବାହିନି ଦଳ ସେଠାର ପହଁଚି ପ୍ରାୟ ୧ ଘଣ୍ଟା ଉଦ୍ୟମ ପରେ ବିକୃତ ମାନସିକ ବ୍ୟକ୍ତି କୁ ସୁରକ୍ଷିତ ଭାବେ ଉଦ୍ଧାର  କରିଥିବାର ଜଣାଯାଇଛି। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ