୫୦ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳି ଥାନା ପଳାସି ଗ୍ରାମ ନିକଟରୁ ହିଞ୍ଜିଳି ପୋଲିସ ୫୦ ଲିଟର ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ସଂପୃକ୍ତ ଗ୍ରାମର ଯୋଗି ସାହୁ । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୩୦୮ /୨୨ରେ ଏକ ମାମଲା ରୁଜୁ କରି ଗିରଫ ଯୁବକଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇ ଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି ।  ଯୁବକ ଜଣଙ୍କ ଘର ନିକଟରେ ଥିବା ଏକ ଦୋକାନ ପଛପଟେ ଚୋରା ମଦ ରଖି ବେଆଇନ ଭାବେ ବିକ୍ରି କରୁଥିବା ବେଳେ ଖବର ପାଇ ହିଞ୍ଜିଳି ପୋଲିସ ଚଢ଼ାଉ କରି ଜବତ କରିଥିଲା । ପ୍ରକାଶ ଥାଉକି, ହିଞ୍ଜିଳି ଥାନାର ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ବେଳେ ସ୍ଥାନୀୟ ଅବକାରୀ ବିଭାଗ ସ୍ଥାଣୁ ପାଲଟିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ