୫୦,୦୦୦ ଛୁଇଁବ ସୁନା ଦର

ନୂଆଦିଲ୍ଲୀ: କରୋନା ଭୂତାଣୁ (କୋଭିଡ-୧୯) ଯୋଗୁ ବିଶ୍ୱବ୍ୟାପୀ ଅର୍ଥବ୍ୟବସ୍ଥାରେ ଅନିଶ୍ଚିତତା ଦେଖାଦେଇଛି । ଔଦ୍ୟୋଗିକ କାର୍ଯ୍ୟକଳାପ ଠପ୍‍ ହୋଇପଡ଼ିଛି । ଅଶୋଧିତ ତୈଳ ଦର ହ୍ରାସ ଘଟି ବ୍ୟାରେଲ ପିଛା ୨୦ ଡଲାରକୁ ଖସି ଆସିଛି । କିନ୍ତୁ ସୁନା ଦର ଦ୍ରୁତ ଗତିରେ ବଢ଼ିଚାଲିଛି । ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ଏହି ଧାତୁର ଦର ୧୪୬୦ ଡଲାରରୁ ବଢ଼ି ୧୭୫୦ ଡଲାରରେ ପହଞ୍ଚିଯାଇଛି । ମାସକ ମଧ୍ୟରେ ଏଥିରେ ୨୦% ର ବୃଦ୍ଧି ଘଟିଲାଣି । ଘରୋଇ ବଜାରରେ ମାର୍ଚ୍ଚ ୧୬ ରେ ଏହି ମୂଲ୍ୟବାନ ଧାତୁର ଦର ୧୦ ଗ୍ରାମ ପିଛା ୩୮,୪୦୦ ଟଙ୍କା ଥିବା ବେଳେ ଏପି୍ରଲ ୧୬ରେ ୪୭,୦୦୦ ଟଙ୍କା ଅତିକ୍ରମ କରିଛି । ଏଥିରେ ପ୍ରାୟ ୨୨% ବୃଦ୍ଧି ଘଟିଛି । ତେବେ ଟ୍ରେଣ୍ଡ ଏହିଭଳି ରହିଲେ ଆଗକୁ ଏହି ହଳଦିଆ ଧାତୁର ଦର ୫୦,୦୦୦ ଛୁଇଁବ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଅଞ୍ଜେଲ ବ୍ରୋକିଂର ମୁଖ୍ୟ ବିଶ୍ଲେଷକ ପ୍ରଥମେଶ ମାଲ୍ୟା କହିଛନ୍ତି ଯେ, ଅନିଶ୍ଚିତତାର ଏହି ପରିସ୍ଥିତି ମଧ୍ୟରେ ସୁନା ନିବେଶର ଏକ ସୁରକ୍ଷିତ ମାଧ୍ୟମ ପାଲଟିଛି । ଅନ୍ୟ ନିବେଶ ମୋଡ଼ରେ ରିସ୍କ ରହୁଥିବାରୁ ପ୍ରକାଶ କରିଛନ୍ତି । ଫଳରେ ଅନ୍ୟ କୌଣସି ଉତ୍ପାଦ ବଦଳରେ ସୁନାରେ ନିବେଶ ବଢ଼ିଛି । ଚାହିଦା ବଢ଼ିବା ଦ୍ୱାରା ସୁନା ପୂର୍ବାପେକ୍ଷା ଅଧିକ ଚମକୁଛି । ପ୍ରଥମେ ମାଲ୍ୟା କହିଛନ୍ତି ଯେ, ସମଗ୍ର ବିଶ୍ୱରେ କୋଭିଡ-୧ର ଭୟାବହତା ଦିନକୁ ଦିନ ବଢ଼ି ଚାଲିଛି । ଏଭଳି ଅନିଶ୍ଚିତତା ମଧ୍ୟରେ ସୁନାରେ ନିବେଶ ଆହୁରି ବଢ଼ି ଚାଲିବ । ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୮୫୦ ଡଲାର ପର୍ଯ୍ୟନ୍ତ ଯାଇପାରେ । ଘରୋଇ ବଜାରରେ ଏହା ୫୦,୦୦୦ ଟଙ୍କା ଅତିକ୍ରମ କରିପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ