୫୦୦ କୋଟିର ଅଘୋଷିତ ସମ୍ପତ୍ତି ଠାବ

ଚେନ୍ନାଇ: ଧାର୍ମିକ ଗୁରୁ “କଳକୀ ଭଗବାନ’ଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଆଶ୍ରମ ଏବଂ ଏହା ସହ ସଂପୃକ୍ତ ବିଭିନ୍ନ ଟ୍ରଷ୍ଟରେ ଆୟକର ଚଢ଼ଉ ହୋଇଛି ଏବଂ ୫୦୦ କୋଟିରୁ ଅଧିକ ଟଙ୍କାର ଅଘୋଷିତ ସମ୍ପତ୍ତି ଠାବ ହୋଇଛି । ଚଢ଼ଉ ସମୟରେ ୪୦୯ କୋଟି ଟଙ୍କାର ଅଘୋଷିତ କ୍ୟାସ୍ ରସିଦ୍ ମଧ୍ୟ ଜବତ ହୋଇଛି । ନଗଦ ୪୩.୯ କୋଟି ଟଙ୍କା, ୧୮ କୋଟି ଟଙ୍କା ମୂଲ୍ୟର ଆମେରିକୀୟ ଡଲାର ଏବଂ ବିପୁଳ ପରିମାଣରେ ସୁନା ଓ ହୀରା ମଧ୍ୟ ଜବତ ହୋଇଛି । ୮୮ କିଲୋ ସୁନା ଅଳଙ୍କାର ଜବତ ହୋଇଛି, ଯାହାର ମୂଲ୍ୟ ୨୬ କୋଟି ଟଙ୍କା ହେବ ବୋଲି କୁହାଯାଇଛି । ଜବତ ହୋଇଥିବା ହୀରାର ମୂଲ୍ୟ ୫ କୋଟିରୁ ଅଧିକ ହେବ । ଆତ୍ମଘୋଷିତ ଧାର୍ମିକ ଗୁରୁଙ୍କର ପ୍ରାୟ ୪୦ଟି ପରିସରରେ ଚଢ଼ଉ ହୋଇଛି । ଚେନ୍ନାଇ, ହାଇଦ୍ରାବାଦ୍‌, ବେଙ୍ଗାଲୁରୁ ଏବଂ ଆନ୍ଧ୍ରପ୍ରଦେଶର ବରଦେୟାପଲେମର ବିଭିନ୍ନ ସ୍ଥାନରେ ଆୟକର ଅଧିକାରୀମାନେ ଗତକାଲିଠାରୁ ଆରମ୍ଭ କରିଥିବା ଚଢ଼ଉ ଆଜି ମଧ୍ୟ ଜାରି ରଖିଛନ୍ତି । ଟିକସ ଫାଙ୍କିବା ପାଇଁ ଏହି ଗୁରୁଙ୍କର ଟ୍ରଷ୍ଟ୍ ଭାରତ ସମେତ ବିଦେଶରେ ବିଭିନ୍ନ କମ୍ପାନିରେ ପୁଂଜି ନିବେଶ କରିଛି । କିଛି କମ୍ପାନି ଚୀନ୍‌, ଅନ୍ୟ ସାମଗ୍ରୀ ନେଇ କଡ଼ା ସୁରକ୍ଷା ଭିତରେ ନିଜନିଜ ବୁଥକୁ ଯାତ୍ରା କରିଛନ୍ତି । ପ୍ରସ୍ତୁତି ସଂପର୍କରେ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ