୫୦୦ ତାଲିବାନ ଆତଙ୍କବାଦୀ ନିହତ
କାବୁଲ: ଆଫଗାନିସ୍ତାନର ଗୁରୁତ୍ବପୂର୍ଣ୍ଣ ସହରଗୁଡ଼ିକୁ ତାଲିବାନ ଆତଙ୍କବାଦୀଙ୍କ କବ୍ଜାରୁ ମୁକ୍ତ କରିବା ପାଇଁ ଆଫ୍ଗାନ ଏବଂ ଆମେରିକା ସେନା ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଆମେରିକାର ଶକ୍ତିଶାଳୀ ବୋମାବର୍ଷୀ ବିମାନଗୁଡ଼ିକୁ ଏହି ଅଭିଯାନରେ ସାମିଲ କରାଯାଇଛି। ବିଗତ ୨୪ ଘଣ୍ଟାରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୫୦୦ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୩୦୦ରୁ ଅଧିକ ଆହତ ହୋଇଛନ୍ତି ବୋଲି ଆଫ୍ଗାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ମିଳିତ ବାହିନୀ ନଙ୍ଗରହାର, ଗଜନି, ପାକ୍ଟିକା, କାନ୍ଦାହାର, ହେରାତ, ଫରାହ, ଫରୟାବ, ତକହାର ଆଦି ଅଂଚଳରେ ଥିବା ତାଲିବାନ ଶିବିରଗୁଡ଼ିକୁ ଛାରଖାର କରିଦେଇଛନ୍ତି। ସପ୍ତାହକ ମଧ୍ୟରେ ଅନେକ ଅଂଚଳକୁ ଆଫ୍ଗାନ ସେନା ପୁନଃ ଦଖଲ କରିବାରେ ସକ୍ଷମ ହୋଇଛି।