୫୦ ତମ ଆନ୍ତଃମହାବିଦ୍ୟାଳୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବୁଗୁଡା, (ଅନିଲ କୁମାର ମହାରଣା):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୮ ଡିସେମ୍ବରରୁ ୨୦ ଡିସେମ୍ବର ପର୍ଯ୍ୟନ୍ତ ପିପୁଲ୍ସ କଲେଜ ବୁଗୁଡା ପରିସରରେ ୫୦ ତମ ଆନ୍ତଃମହାବିଦ୍ୟାଳୟ କବାଡି ଟୁର୍ଣ୍ଣାମେଣ୍ଟ (ପୁରୁଷ) ଆୟୋଜନ ହୋଇଥିବା ବେଳେ ୨୦ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ କଲେଜରୁ କବାଡି ଖେଳାଳି ଦଳ ଅଂଶଗ୍ରହଣ କରିଥିଲେ। କ୍ରିଷ୍ଣା ରାଓ ପତ୍ର, ଭଞ୍ଜ କିଶୋର ଗୌଡ଼, ଏମ.ଏସ.ଦୋରା, ହରିହର ବିଶ୍ୱାଳ, ଶୌଭାଗିନୀ ଜେନା, ସଚ୍ଚିଦାନନ୍ଦ ଦାସ, ଓ ରବି ଚରଣ ମଶ୍ର ଟୁର୍ଣ୍ଣାମେଣ୍ଟ| ପରିଚାଳନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କମିଟି ସଭାପତି ଶ୍ରୀ ଭଟ୍ଟଙ୍କ ଉପସ୍ଥିତିରେ ପିପୁଲ୍ସ କଲେଜ ପ୍ରିନ୍ସପାଲ୍ ରାଜନୀକାନ୍ତ ଦାଶ ଉଦ୍ଘାଟନ କରିଥିଲେ। ପିପୁଲ୍ସ କଲେଜର ଖେଳାଳିମାନେ ଫାଇନାଲରେ ଏନବିସି କଲେଜ କେନ୍ଦୁପଦର କୁ ପରାସ୍ତ କରି ବିଜେତା ହୋଇ ଚମ୍ପିୟାନ ହୋଇଥିଲେ। ଉଦଯାପନି ଉତ୍ସବରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବିଜୟୀ ବୁଗୁଡା ଟିମକୁ ଚମ୍ପିୟାନ ଟ୍ରଫିକୁ ପ୍ରଦାନ କରିଥିଲେ। ବୁଗୁଡା ପିପୁଲସ କଲେଜ ଟିମ ଚମ୍ପିୟାନ ହୋଇଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଥିଲା। ପିପୁଲ୍ସ କଲେଜ ବୁଗୁଡାର କବାଡି ଖେଳାଳି କ୍ରମାଗତ ତୃତୀୟ ଥର ପାଇଁ ବିଜେତା ଟ୍ରଫିକୁ ପାଇ ଏକ ସମୃଦ୍ଧ ପରମ୍ପରା ପ୍ରତିଷ୍ଠା କରିପାରିଛନ୍ତି | ଯେତେବେଳେ ଖେଳାଳୀମାନଙ୍କୁ ସେମାନଙ୍କର ସଫଳତାର ରହସ୍ୟ ବିଷୟରେ ପଚରାଯିବାରୁ ସେମାନେ ସେମାନଙ୍କର ସଫଳତାର ଶ୍ରେୟ ଅକ୍ଷୟ କୁମାର ସାହୁ,ବିନୋଦ କର, ଭଗବାନ ସାହୁ, ଆତ୍ମା ପ୍ରକାଶ ନାୟକ ଓ କୃଷ୍ଣ ରାଓ ପାତ୍ରଙ୍କୁ ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଆତ୍ମା ପ୍ରକାଶ ନାୟକ ବିବରଣୀ ପ୍ରଦାନ କରିଥିଲେ । ଡ଼ଃ ପି.କେ.ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ