୫୦ ତାଲିବାନ ନିହତ
ନୂଆଦିଲ୍ଲୀ: ତାଲିବାନ ଏବଂ ଅହମ୍ମଦ ମାସୁଦଙ୍କ ନେତୃତ୍ବାଧୀନ ବିରୋଧୀ ସେନା ମଧ୍ୟରେ ଆଣ୍ଡରାବ ଅଞ୍ଚଳରେ ଘୋର ସଂଘର୍ଷ ଜାରି ରହିଛି। ଏହି ସଂଘର୍ଷରେ ତାଲିବାନର ବାନୁ ଜିଲ୍ଲା ମୁଖ୍ୟଙ୍କ ସମେତ ତାଙ୍କର ତିନିଜଣ ସାଥୀଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଏହା ସହ ଆଫଗାନିସ୍ତାନର ଫାଜର ଅଞ୍ଚଳରେ କରାଯାଇଥିବା ଆକ୍ରମଣରେ ୫୦ ତାଲିବାନ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ଜଣଙ୍କୁ ବନ୍ଦୀ କରି ଦିଆଯାଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ଅହମ୍ମଦ ମାସୁଦଙ୍କ ନେତୃତ୍ବାଧୀନ ବିରୋଧୀ ସେନାର ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ଶେଷ ରିପୋର୍ଟ ଅନୁଯାୟୀ, ତାଲିବାନ ବିଦ୍ରୋହୀମାନେ କେନ୍ଦ୍ରୀୟ ପଞ୍ଜଶିର ପ୍ରଦେଶକୁ ଘେରି ରହିଛନ୍ତି ଏବଂ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ରଏଟର୍ସ ରିପୋର୍ଟରେ କୁହାଯାଇଛି ଯେ, ତାଲିବାନ ଉତ୍ତର ଆଫଗାନିସ୍ତାନର ତିନୋଟି ଜିଲ୍ଲା ପୋଲ-ଏ-ହେସାର, ଦେହ ସାଲାହ ଏବଂ ବାନୁ ଜିଲ୍ଲାକୁ ପୁଣି ଥରେ ଦଖଲକୁ ନେଇଛି।


