୫୧ ବର୍ଷରେ ପଦାର୍ପଣ କଲା ଲକ୍ଷ୍ମୀନାରାୟଣ ପୂଜା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବଗଦା କାଶିପୁର-ତରଡିପାଳ ଗ୍ରାମରେ ଲକ୍ଷ୍ମୀ ନାରାୟଣ ପୂଜା ୫୧ ବର୍ଷରେ ପଦାର୍ପଣ କରିଛି । ଲକ୍ଷ୍ମୀ ନାରାୟଣ ସମେତ ଶିବ, ପାର୍ବତୀ, ଗଣେଶ, ସରସ୍ୱତୀ ପାଶ୍ୱର୍ ଦେବାଦେବୀ ଭାବରେ ପୂଜା ପାଉଛନ୍ତି । ମୂର୍ତ୍ତି କାରିଗର ଆନନ୍ଦ ଚନ୍ଦ୍ର ଜେନା ମୂର୍ତ୍ତିି ତିଆରି କରିଥିବା ବେଳେ ଉକ୍ତ ପୂଜା ୫ ଦିନ ଧରି ଚାଲିବ । ପ୍ରାରମ୍ଭରେ ନିକଟସ୍ଥ ପୁଷ୍କରିଣୀରୁ ୫ ଗୋଟି କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପୂଜକ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ରତ୍ନାକର ମିଶ୍ର ପୂଜା ଦାୟୀତ୍ୱ ସଂପାଦନ କରୁଛନ୍ତି । ପୂଜା କମିଟିର କର୍ମକର୍ତ୍ତା ଭାସ୍କର ଜେନା, କାର୍ତ୍ତିକ ଜେନା, ରାମ ଦାସ, ଲକ୍ଷ୍ମୀଧର ଜେନା, ପ୍ରଭାକର ପାଳ, ରବିନ୍ଦ୍ର ପାଳ, ନାରାୟଣ ଜେନା, ସୁଧାକର ଜେନା, ଅନନ୍ତ ଜେନା, ଗୟାଧର ଜେନା ସମେତ କମିଟିର ସଦସ୍ୟ ମାନେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ