୫୨ ବର୍ଷରେ ଜୁରୁଡି ସାର୍ବଜନୀନ ଦୁର୍ଗାପୂଜା

ଯୋଡା, (ସମୀର କୁମାର ଦାସ):‘ଯା ଦେବୀ ସର୍ବ ଭୂତେଷୁ ମାତୃରୂପେଣ ସଂସ୍ଥିତା…’ଦେବୀ ମା ଦୁର୍ଗା ସଂହାର କାରିଣୀ,ଦୃଷ୍ଟ ବିନାସିନୀ,ଅଭୟବର ଦାୟିନୀ ଧରାପୃଷ୍ଠରେ ବିରାଜମାନ କରିଥିଲେ ଦୁଷ୍ଟ ମହିଂସାସୁରଙ୍କୁ ଦମନ କରିବା ପାଇଁ । ସଂସାରରୁ ପାପ ନାସନ କରିବା ପାଇଁ ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତୀ ସ୍ଥାପନ ପୂର୍ବକ ଆରଧନା କରାଯାଉଛି କେଉଁ ଅମଳରୁ । ଲୋକମାନେ ଦୁର୍ଗାପୂଜା ପାଳନ ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛନ୍ତି । ଉଲ୍ଲାସିତ ମନରେ ଦୁର୍ଗାପୂଜାର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଜିଯିବା ପାଇଁ ବର୍ତ୍ତମାନ ଚାଲିଛି ସଜବାଜ ଓ ତୋରଣ ପ୍ରସ୍ତୁତି । ଏହା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚôଲାଣି । କରୋନା କଟକଣା ହଟିବା ପରେ ଦୀର୍ଘ ଦୁଇବର୍ଷ ପରେ ହେବ ମା’ଦୁର୍ଗାଙ୍କ ପୂଜାର୍ଚ୍ଚନା । ଚଳିତବର୍ଷ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ଅଞ୍ଚଳ । ପୂଜା କମିଟ ପକ୍ଷରୁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ସେଥିମଧ୍ୟରୁ ଯୋଡା ବ୍ଲକ ଜୁରୁଡି ପଞ୍ଚାୟତର ଜୁରୁଡି ସାର୍ବଜନୀନ ଦୁର୍ଗାପୂଜା ପ୍ରମୁଖତା ଲାଭ କରିଛି । ୧୯୭୦ ମସିହାରୁ ଜୁରୁଡି ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହୋଇଆସୁଛି । ଜୁରୁଡି ଅଞ୍ଚଳର କିଛି ବରିଷ୍ଠ ଲୋକଙ୍କ ମତାମତ ଓ ସ୍ଥାନୀୟ ଲୋକଙ୍କ ସହଯୋଗ ଅନୁଯାୟୀ ୧୯୭୦ରୁ ଆରମ୍ଭ ହୋଇଥିଲା ଏହି ପୂଜା କାର୍ଯ୍ୟକ୍ରମ । ତେବେ କମିଟି ସଦସ୍ୟ ମାନଙ୍କ ଏକତ୍ରିତ ହୋଇ ମା’ଙ୍କ ଏହି ପୂଜା କାର୍ଯ୍ୟକ୍ରମରେ ଲିପ୍ତ ରହିଛନ୍ତି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଧୂମଧାମରେ ଚାଲିବ ଏହି ପୂଜା । ଏହି କମିଟି ଚଳିତବର୍ଷ ୫୨ତମ ଦୁର୍ଗାପୂଜା ପାଳନ କରିବ । ଅକ୍ଟୋବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଜୁରୁଡି ପୂଜା ମଣ୍ଡପରେ ପୂଜା ପାଇବେ ମା’ଦୁର୍ଗା । ୧୦୦ ରୁ ଉଦ୍ଧ୍ୱର୍ ସଦସ୍ୟ କମିଟି ସହିତ ଜଡିତ ରହିଛନ୍ତି । ଆଖପାଖ ୫ ରୁ ୬ଟି ଗାଁକୁ ନେଇ ଏହି ଦୁର୍ଗାପୂଜା ଅନୁଷ୍ଠିତ ହୋଇଥାଏ । ସମସ୍ତଙ୍କ ସହଯୋଗ ଓ ଉପସ୍ଥିତିରେ ଧୁମଧାମ ସହକାରେ ପୂଜାର୍ଚ୍ଚନା ହୋଇଥାଏ । ପ୍ରତିବର୍ଷ ତୋରଣ କରୁଥିବା ଏହି କମିଟି ଚଳିତବର୍ଷ ଭିନ୍ନଧରଣର ତୋରଣ କରୁଛି । ପ୍ରାୟ ଏହାର ଉଚ୍ଚତା ୪୦ ଫୁଟ୍ ରହିବ । ପ୍ରତିବର୍ଷ ଯେଉଁ ଶୈଳୀରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତୀ ତିଆରି କରାଯାଉଥିଲା ସେହି ଢଙ୍ଗରେ ମୂର୍ତ୍ତୀ ତିଆରି କରାଯାଉଥିବା ଜଣାପଡିଛି । ମା’ଙ୍କ ମୂର୍ତ୍ତୀର ଉଚ୍ଚତା ୨୦ ଫୁଟ୍ ରହିବ । ମୂର୍ତ୍ତୀ ତିଆରି ଓ ପାଶ୍ୱର୍ବର୍ତ୍ତୀ ଠାକୁରଙ୍କ ମୂର୍ତ୍ତୀ ତିଆରି ନିମନ୍ତେ ଭଦ୍ରକ ଅଞ୍ଚଳର ଶିଳ୍ପୀ ଶରତ କୁମାର ମୁଦୁଲୀ ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ଜୋରଦାର ଚାଲିଛି ମୂର୍ତ୍ତୀ କାର୍ଯ୍ୟ । ସମ୍ପୂର୍ଣ୍ଣ ପୂଜା ପାଇଁ ଏଥର ୭ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ବଜେଟ୍ ରହିଛି । ଯେଉଁଥିରେ ଲାଇ ଫୁଲ,ଡେକୋରେସନ ସହ ଅନ୍ୟାନ୍ୟ ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ଏହି କମିଟିର ମୁଖ୍ୟ ତଥା ସମାଜସେବୀ ମହେନ୍ଦ୍ର ମହାନ୍ତିଙ୍କ ତତ୍ତ୍ୱାବଧାନରେ ରାଧାକାନ୍ତ ନାୟକ,ପ୍ରଭୁଦତ୍ତ ଶତପଥୀ,ସୁରେନ୍ଦ୍ରନାଥ ମହାନ୍ତି,ଅନୀଲ ମହାନ୍ତ,ମଧୁ ସାହୁ,ମନୋଜ ପ୍ରଧାନ,ମହେଶ୍ୱର ପାତ୍ର,ଗୋପାଳ ପାତ୍ର,ସରକାର ନାଗ,ମହେଶ୍ୱର ପେଣ୍ଠେଇ,ଶିବ ନାରାୟଣ ପ୍ରଧାନ,ଭାସ୍କର ପେଣ୍ଠେଇ ଭଳି କମିଟି ସଦସ୍ୟ ମାନେ ସହଯୋଗ କରୁଛନ୍ତି । ଫୁଲ ସାଜସଜ୍ଜା ନିମନ୍ତେ ୩୦ ରୁ ୩୫ ହଜାର ଟଙ୍କା ବଜେଟ୍ ରହିଛି । କୋଭିଡ ପାଇଁ ସରକାରଙ୍କ ଗାଇଡଲାଇନ ପାଳନ କରି ଦୁର୍ଗାପୂଜା ହୋଇଥିବା ବେଳେ ଚଳିତବର୍ଷ ଭଲଭାବେ ପୂଜା କରାଯିବ ବୋଲି ସମାଜସେବୀ ମହେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି । ଏହାବାଦ ଭକ୍ତ ତଥା ଗ୍ରାମବାସୀଙ୍କ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯିବ । ଏଥିସହିତ ସ୍ଥାନୀୟ ଲୋକଙ୍କ ମନରୋଞ୍ଜନ ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ମଧ୍ୟ ଯୋଜନା ରହିଥିବା ଖବର ମିଳିଛି । ଆସନ୍ତା ଅକ୍ଟୋବର ୭ ତାରିଖରେ ମୂର୍ତ୍ତୀ ବିସର୍ଜନ କରାଯିବ ବୋଲି ସାର୍ବଜନୀନ କମିଟି ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ